ବସ୍ତାନି ମୁକ୍ତ ଦିବସ ପାଳନ
ଭୁବନ, ୨୨ ଅଗଷ୍ଟ (ହି.ସ.)- ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବସ୍ତାନି ମୁକ୍ତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାୟାଧର ଦେହୁରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦ
ବିଦ୍ୟାର୍ଥୀ


ଚଡେଇ ରଗଡା ବିଦ୍ୟାଳୟ


ଭୁବନ, ୨୨ ଅଗଷ୍ଟ (ହି.ସ.)- ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବସ୍ତାନି ମୁକ୍ତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାୟାଧର ଦେହୁରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟି ଉପ ସଭାପତି ଭାରତୀ ଦେହୁରୀ, ମୋ ସ୍କୁଲ ଅଭିଯାନ କମିଟି ସଦସ୍ୟା ଉମାରାଣୀ ମହାନ୍ତ, ପରିଚାଳନା କମିଟିର ପୂର୍ବତନ ଉପସଭାପତି ପଙ୍କଜିନୀ ମହାନ୍ତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର କଳା ପ୍ରତିଭାର ପରିସ୍ଫୁଟନ ପାଇଁ ଏହା ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା, ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ, ଟାଟାଷ୍ଟିଲ ଫାଉଣ୍ଡେସନର ଶିକ୍ଷାକର୍ମୀ କୁନ୍ତଳା ଦେହୁରୀ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଯୋଗ, ନୃତ୍ୟ, ଗୀତ, ଚିତ୍ରକଳା, ମାଟି କଳାକୃତି, ଗୁଡ଼ି ତିଆରି ତାଲିମ ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande