ବେଲପାହାଡ଼ରୁ ଆରମ୍ଭ ହେଲା ଚତୁର୍ଥ ଭଟଲୀ ଶ୍ୟାମ ଡାକ ନିଶାନ ଯାତ୍ରା, ୧୩୫ କି.ମି. ପଦଯାତ୍ରା ପରେ ବରଗଡ଼ରେ ହେବ ନିଶାନ ଅର୍ପଣ
Shyam yatra Belpahad
Shyam yatra at Belpahar


ଝାରସୁଗୁଡ଼ା, ୨୨ ଅଗଷ୍ଟ (ହି.ସ.)- ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ୟାମ ସଖା ମଣ୍ଡଳ ପକ୍ଷରୁ ଅତ୍ୟନ୍ତ ଉତ୍ସାହ ଏବଂ ଭକ୍ତିମୟ ପରିବେଶରେ ଚତୁର୍ଥ ଭଟଲୀ ଶ୍ୟାମ ଡାକ ନିଶାନ ଯାତ୍ରାର ଆୟୋଜନ ଶନିବାର କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଶନିବାର ବେଲପାହାଡ଼ ସ୍ଥିତ ପ୍ରସିଦ୍ଧ ସଙ୍କଟମୋଚନ ହନୁମାନ ମନ୍ଦିରରୁ ବିଧିବଦ୍ଧ ଭାବେ ନିଶାନ ପୂଜନ କରାଯାଇଥିଲା। ଏହାପରେ ଶ୍ୟାମ ସଖା ମଣ୍ଡଳର ସମସ୍ତ ଭକ୍ତମାନେ ଜୟ ଶ୍ରୀ ଶ୍ୟାମ ର ଦିବ୍ୟ ଉଦ୍ଘୋଷ ସହ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ପବିତ୍ର ଯାତ୍ରାରେ ବେଲପାହାଡ଼ ଅଞ୍ଚଳରୁ ବହୁସଂଖ୍ୟାରେ ଶ୍ୟାମ ପ୍ରେମୀ ଓ ସ୍ଥାନୀୟ ନଗରବାସୀ ସାମିଲ ହୋଇଥିଲେ। ସମସ୍ତେ ମିଳିତ ଭାବେ ଯାତ୍ରା ଯେପରି ନିର୍ବିଘ୍ନରେ ସମ୍ପୂର୍ଣ୍ଣ ହୁଏ, ସେଥିପାଇଁ ଶ୍ୟାମଙ୍କ ଚରଣରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିଥିଲେ।

ଆୟୋଜକଙ୍କ ସୂଚନା ମୁତାବକ, ୧୩୫ କିଲୋମିଟରର ଏହି ଅବିରାମ ଯାତ୍ରା ଅତିକ୍ରମ କରି ଆସନ୍ତା ୨୩ ତାରିଖ ଦିନ ବରଗଡ଼ ଜିଲ୍ଲା ଭଟଲୀ ସ୍ଥିତ ଶ୍ୟାମ ମନ୍ଦିରରେ ଏହି ନିଶାନ ଅର୍ପଣ କରାଯିବ। ଯାତ୍ରାକୁ ନେଇ ସମଗ୍ର ଅଞ୍ଚଳରେ ଶ୍ୟାମ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande