ତିହିଡି ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ମୃତଦେହରଖି ରାଜ୍ୟ ରାଜପଥ ଅବରୋଧ, ବିଧାୟକଙ୍କ ହସ୍ତକ୍ଷେପ ପରେ ହଟିଲା ଆନ୍ଦୋଳନ, ରାସ୍ତା ବଦଳାଇ ଗଲେ ଜିଲାପାଳ
ଭଦ୍ରକ, ୨୨ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଭାଟପଡ଼ା ପଂଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୭୦)ନାମକ ଜଣେ ବୃଦ୍ଧଙ୍କର ତିହିଡି ଡାକ୍ତର ଖାନାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ବୃଦ୍ଧଙ୍କର ମୃତ୍ୟୁକୁ ନେଇ ଉତେଜନାମୂଳକ ପରିସ୍ଥିତି ସୃଷ
TIHIDI MEDICAL ROGI MRUTYU ABHIJOG


ଭଦ୍ରକ, ୨୨ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଭାଟପଡ଼ା ପଂଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୭୦)ନାମକ ଜଣେ ବୃଦ୍ଧଙ୍କର ତିହିଡି ଡାକ୍ତର ଖାନାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ବୃଦ୍ଧଙ୍କର ମୃତ୍ୟୁକୁ ନେଇ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମାୟାଧରଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଅଭିଯୋଗ କରିବା ସହ ମୃତଦେହକୁ ରଖି ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ତ୍ରୁଟିପୂର୍ଣ୍ଣ ଚିକିତ୍ସା କରିବା ସହ ଗୁରୁତର ମାୟାଧରଙ୍କୁ ଜୀବିତାବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର ନକରି ମୃତ୍ୟୁ ପରେ କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ସେମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋହାଲ୍ଲା କରିବା ସହ ରାଜ୍ୟରାଜପଥ ଅବରୋଧ କରିଥିଲେକ୍ଷ ତେବେ ରାସ୍ତା ଅବରୋଧ ଯୋଗୁ ଜିଲାପାଳ ହିତେଶ କୁମାର ଉପାଧ୍ୟାୟ ରାସ୍ତା ବଦଳାଇ ଗାଁ ଭିତର ଦେଇ ଚାନ୍ଦବାଲି ଅଭିମୁଖେ ଯାଇଥିବା ଜଣାଯାଇଛି । ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉଥିବା ତୁଣ୍ଡକଥା ଖବର ପାଇ ଭାଟପଡା ସରପଂଚ ଶୁଭ୍ର ନାରାୟଣ ସେଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ପରିସ୍ଥିତି ସମ୍ପର୍କରେ ବୁଝିଥିବାବେଳେ ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ।ପରେ ରାସ୍ତା ଅବରୋଧ ସମ୍ପର୍କରେ ଖବରପାଇ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନାକରି ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ବିଧାୟକଙ୍କ ସହ ତାଙ୍କ ପ୍ରତିନିଧି ସରୋଜ ଦାସ ଓ ଅନ୍ୟ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଘଟଣାରୁ ପ୍ରକାଶ ଯେ ଶନିବାର ଭୋର ସମୟରେ ମାୟାଧର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ତାଙ୍କର ଚିକିତ୍ସା ପାଇଁ ତିହିଡି଼ ଡାକ୍ତରଖାନାରେ ଭର୍ତି କରିଥିଲେ । ମାତ୍ର ପୂର୍ବାହ୍ନ ୧୧ଟା ବେଳେ ମାୟାଧରଙ୍କ ମୃତ୍ୟୁ ଘଟିଥିଲା । ତେବେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ଚିକିତ୍ସା ଉପରେ ସନ୍ଦେହ କରି ମାୟାଧରଙ୍କ ପୁଅ ମାନଗୋବିନ୍ଦ ଡାକ୍ତରଙ୍କ ନିକଟକୁ ଯାଇ ତାଙ୍କୁ ପ୍ରେସ୍କିପସନ ମାଗିଥିଲେ । ମାତ୍ର ଡାକ୍ତର ଜଣକ ପ୍ରସ୍କ୍ରିପସନ ନଦେଇ ଡଷ୍ଟବିନକୁ ଫିଙ୍ଗି ଦେଇଥିଲେ । ସେଠାରୁ ପ୍ରେସ୍କିପସନ ଆଣିବା ପରେ ମାୟାଧରଙ୍କୁ ତ୍ରୁଟିପୂର୍ଣ୍ଣ ଭାବେ ଇଞ୍ଜେକ୍ସନ ଓ ଔଷଧ ଦିଆଯାଇଥିବା ତାଙ୍କ ପୁଅ ଜାଣି ପାରିଥିଲେ । ପରେ ଏହାକୁ ନେଇ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ପାଟିତୁଣ୍ଡ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଇନଡୋର ସାମ୍ନାରେ ମୃତଦେହ ରଖି ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଖବରପାଇ ତିହିଡି଼ ଥାନା ଏସଆଇ ପ୍ରକାଶ ନାୟକ, ଏଏସଆଇ ଲଷ୍ମଣ ମାରାଣ୍ଡି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଉତେଜନା ଶାନ୍ତ ପଡ଼ିନଥିଲା। ତେବେ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରିଥିବା ଡାକ୍ତର ଖସି ପଳାଇଥିବା ଜାଣିବା ପରେ ଉତେଜନା ବୃଦ୍ଧି ପାଇଥିଲା । ମାୟାଧରଙ୍କ ମୃତଦେହକୁ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନା ଭଦ୍ରକ - ଚାନ୍ଦବାଲି ରାଜ୍ୟ ରାଜପଥରେ ରଖି ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀ ହୋହାଲ୍ଲା କରିବା ସହ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କରିଥିଲେ । ଘଟଣାସ୍ଥଳରେ ଆଇଆଇସି ଲୋପାମୁଦ୍ରା ନାୟକ ପହଂଚି ଉତେଜନା ନିୟନ୍ତ୍ରଣ ସହିତ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ଦିଗରେ ପଦକ୍ଷେପ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande