
ସୁବର୍ଣ୍ଣପୁର, ୨୨ ଅଗଷ୍ଟ(ହି.ସ.) – ବିନିକା - ଚଢାଇପଙ୍କ ମହାନଦୀ ବ୍ରିଜ ତଳେ ଅଟାଳତାଲ ପାଣିକୁ ଡେଇଁ ୨ଜଣ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରି ପ୍ରବାହିତ ପାଣିରେ ଭାସି ଯାଉଥିବା ବେଳେ ମତ୍ସ୍ୟଜୀବୀ ମାନେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ପରେ ବିନିକା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ତୁରନ୍ତ ଉଦ୍ଧାର ନାବାଳିକା ଦ୍ୱଜଙ୍କୁ ବିନିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ଘଟଣାଟି ପ୍ରଘଟ ହେବା ପରେ ନାବାଳିକା ଦ୍ୱଜର ଆଶୁ ଆରୋଗ୍ୟ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା ଘଟଣାରୁ ପ୍ରକାଶ ଉଭୟ ନାବାଳିକା ଆଜି ସକାଳେ ଘରୁ ଚାଲି ଆସି ମହାନଦୀ ବ୍ରିଜ ତଳେ ପ୍ରବାହିତ ପାଣିକୁ ଡେଇଁ ପଡ଼ିଥିଲେ ଉଭୟ ନାବାଳିକା ପାଣିର ସ୍ରୋତରେ ଭାସି ଯାଉଥିବା ବେଳେ ମହାନଦୀରେ ଡଙ୍ଗା ସହାୟତାରେ ମାଛ ମାରୁଥିବା କେତେକ ମତ୍ସ୍ୟଜୀବି ତାଙ୍କୁ ଦେଖି ବ୍ରିଜ ଠାରୁ ପ୍ରାୟ ଅଧକି.ମି. ମନହାରିପଡ଼ା କୁଲ ନିକଟରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଉଦ୍ଧାରକାରୀ ମସ୍ୟଜିବୀ ମାନଙ୍କ ସାହସିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି। ତେବେ କେଉଁ କାରଣରୁ ସେମାନେ ଏଭଳି ପଦକ୍ଷେପ ଗ୍ରହଣ କଲେ ତାହା ଜଣାପଡ଼ିନାହିଁ। ଖବର ପାଇ ଡାକ୍ତରଖାନାକୁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ