ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ପଦରାଜଙ୍କୁ ଶୁଭେଚ୍ଛା ଜଣାଇଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଜାତୀୟ ଶିକ୍ଷକ ପୁରସ୍କାର - ୨୦୨୬ ପାଇଁ ମନୋନୀତ ହୋଇଥିବା ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମାନନୀୟ ଶିକ୍ଷକ ଶ୍ରୀ ପଦରାଜ ଉମାକାନ୍ତ ନାୟକଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭେଚ୍ଛା ଜଣାଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସମ
iki;


ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଜାତୀୟ ଶିକ୍ଷକ ପୁରସ୍କାର - ୨୦୨୬ ପାଇଁ ମନୋନୀତ ହୋଇଥିବା ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମାନନୀୟ ଶିକ୍ଷକ ଶ୍ରୀ ପଦରାଜ ଉମାକାନ୍ତ ନାୟକଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭେଚ୍ଛା ଜଣାଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସମଗ୍ର ଓଡ଼ିଶାରୁ ଏହି ପ୍ରତିଷ୍ଠିତ ଜାତୀୟ ପୁରସ୍କାର ପାଇଁ ମନୋନୀତ ହେବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୌରବ ଓ ଖୁସିର ବିଷୟ। ତାଙ୍କର ନିରବଚ୍ଛିନ୍ନ ପରିଶ୍ରମ, ଶିକ୍ଷାଦାନ ପ୍ରତି ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ଗଭୀର ଭଲପାଇବା ଆଜି ତାଙ୍କୁ ଏହି ଅପୂର୍ବ ସଫଳତା ଦେଇଛି। ଆଗାମୀ ଦିନରେ ମଧ୍ୟ ସେ ଏହିପରି ଶିକ୍ଷାଦାନ ବ୍ରତରେ ବ୍ରତୀ ହୋଇ ଶିକ୍ଷା କ୍ଷେତ୍ରରେ ନୂତନ କୀର୍ତିମାନ ସୃଷ୍ଟି କରନ୍ତୁ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜନ୍ତୁ ବୋଲି ମନ୍ତ୍ରୀ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande