ବନ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚିଲେ କ୍ରେଡ଼ିଟି କୋ -ଅପରେଟିଭ ସୋସାଇଟି ଲିଃ ଆଳି ଶାଖା ଟିମ୍
କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ (ହି.ସ.)- ଲଘୁଚାପଜନିତ ଲଗାଣ ବର୍ଷା ଏବଂ ତୃତୀୟ ଥର ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ୍ ଅନ୍ତର୍ଗତ ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ସମେତ ବିଭିନ୍ନ ଗାଁ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛି। ଯଦିଓ କେତେକ ସ୍ଥାନରେ ବନ୍ୟାଜଳ କମିବାରେ ଲାଗିଛି, ତଥାପି ବନ୍ୟା
ବନ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚିଲେ  କ୍ରେଡ଼ିଟି କୋ -ଅପରେ ଟିଭି ସୋସାଇଟି ଲିଃ ଆଳି ଶାଖା ଟିମ


କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ (ହି.ସ.)- ଲଘୁଚାପଜନିତ ଲଗାଣ ବର୍ଷା ଏବଂ ତୃତୀୟ ଥର ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ୍ ଅନ୍ତର୍ଗତ ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ସମେତ ବିଭିନ୍ନ ଗାଁ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛି। ଯଦିଓ କେତେକ ସ୍ଥାନରେ ବନ୍ୟାଜଳ କମିବାରେ ଲାଗିଛି, ତଥାପି ବନ୍ୟା ପୀଡ଼ିତଙ୍କ ଦୁଃଖ ଓ ଦୁର୍ଦ୍ଦଶା କମିନାହିଁ। କେଉଁଠି ଘରେ ପାଣି ପଶିଛି ତ କେଉଁଠି ଚୁଲିରେ ପାଣି ପଶିବା ଯୋଗୁଁ ରୋଷେଇ ବନ୍ଦ ହୋଇଯାଇଛି। ଏହି ବନ୍ୟାରେ ଧାରକରଜ କରି ଚାଷ କରିଥିବା ଚାଷୀମାନଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଅନେକ ପରିବାର ଜୀବନ ଓ ଜୀବିକା ନେଇ ଚିନ୍ତାରେ ଅଛନ୍ତି। ଏଭଳି ଦୁର୍ଦ୍ଦିନରେ ଅସହାୟ ବନ୍ୟା ପୀଡ଼ିତଙ୍କ ସାହାରା ସାଜିଛି କ୍ରେଡ଼ିଟି କୋ -ଅପରେଟିଭ ସୋସାଇଟି ଲିଃ ଆଳି ଶାଖା ଟିମ୍। ଟିମ୍ ଧୋୟା ଅଞ୍ଚଳର ବିଭିନ୍ନ ବନ୍ୟା ପ୍ରଭାବିତ ସ୍ଥାନକୁ ଯାଇ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହି ମାନବିକ ପଦକ୍ଷେପ ଫଳରେ ଦୁର୍ଦ୍ଦିନରେ ଥିବା ଗରିବ ଓ ଅସହାୟ ପରିବାରଗୁଡ଼ିକ କିଛିଟା ଆଶ୍ୱସ୍ତ ହୋଇପାରିଛନ୍ତି। ଏଭଳି ସେବା ଓ ସହଯୋଗକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ବନ୍ୟା ପୀଡ଼ିତଙ୍କ ପାଇଁ ସହାୟତା ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି।

ବ୍ୟାଙ୍କ ମ୍ୟାନେଜର ସୋଭାଗ୍ୟ ମଞ୍ଜୁରୀ ନାୟକ, ସଭାପତି ପ୍ରମୋଦ ସାହୁ, ସମ୍ପଦକ ଅରବିନ୍ଦ ସାହୁ, କର୍ମଚାରୀ ଦେବାଶିଷ ଦାସ, ତୁଷାର ଜେନା, ସୁଧାଂଶୁ ଆଚାର୍ଯ୍ୟ, ଅଞ୍ଜନ ମଲ୍ଲିକ, ଚିରଞ୍ଜିବୀ ପଲେଇ, ରାମ ଚନ୍ଦ୍ର ତ୍ରିପାଠୀ, ସୋଭାଗ୍ୟ ପ୍ରଧାନ, ପଦିନୀପାଳ ସରପଞ୍ଚ ବିକ୍ରମ ମଲ୍ଲିକ ଏଥିରେ ସାମିଲ ଥିଲେ। ଏଥିସହ ଧୋୟା ଅଞ୍ଚଳର ବିକାଶ ଓ ଲୋକଙ୍କ ସମସ୍ୟା ସମାଧାନ ପାଇଁ ମଧ୍ୟ ସଦସ୍ୟମାନେ ନିଆରା ଢଙ୍ଗରେ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳିଛି।”

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande