
ଜୟପୁର, ୨୨ ଅଗଷ୍ଟ (ହି.ସ.) - ବିଦ୍ୟୁତ ଆଘାତରେ ଜଣେ ଯୁବତିଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତି ଜଣକ ହେଲେ ବି ମାଳିଗୁଡା ଗ୍ରାମର ପ୍ରଫୁଲ ମାଳିଙ୍କ ସାନ ଝିଅ ଗୋରା ମାଳି (୧୮) । ସୂଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ବି ମାଳିଗୁଡା ରେ ଘରେ ଭିତରେ ଲୁହା ତାର ଲୁଗା ସୁଗାଇବା ପାଇ ଟଣା ଯାଇଥିଲା । ତେବେ ସାନ ଝିଅ ଅଜାଣତରେ ବାମ ହାତରେ ହାତ ଛୁଇଁ ଦେଇଥିଲା । ବିଦ୍ୟୁତ ଖୁଂଟରୁ ଘରକୁ ବିଦ୍ୟୁତ ସଂଯୋଗ ହୋଇଛି । ଫଳରେ କେଉଁ ଠାରେ ବିଦ୍ୟୁତ ତାରଟି କଟିଯାଇଛି । ସାନ ଝିଅ ଅଜାଣତରେ ଛୁଁଇ ଦେଇ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସପିଟାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଜୟପୁର ସଦର ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି