ଆସନ୍ତାକାଲି ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬
ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତାକାଲି (ରବିବାର) ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଂଟର ଅଡିଟୋରିୟମରେ ପୌରସଂସ୍ଥା ଗୁଡ଼ିକ ପାଇଁ ଏକ ସାମଗ୍ରିକ ସମୀକ୍ଷା ତଥା ଅନୁସ୍ଥାପନ (ଓରିଏେଂଟସନ) କାର୍ଯ୍ୟକ୍ରମ ‘ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬’
ଆସନ୍ତାକାଲି ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬


ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତାକାଲି (ରବିବାର) ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଂଟର ଅଡିଟୋରିୟମରେ ପୌରସଂସ୍ଥା ଗୁଡ଼ିକ ପାଇଁ ଏକ ସାମଗ୍ରିକ ସମୀକ୍ଷା ତଥା ଅନୁସ୍ଥାପନ (ଓରିଏେଂଟସନ) କାର୍ଯ୍ୟକ୍ରମ ‘ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬’ ଆୟୋଜିତ ହେବ ।

ଏହି ସମ୍ମିଳନୀରେ ବରିଷ୍ଠ ପ୍ରଶାସକ, ନଗର ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ଏକତ୍ରିତ ହୋଇ ଜାରି ରହିଥିବା ଯୋଜନାଗୁଡ଼ିକର ସମୀକ୍ଷା କରିବେ, କ୍ଷେତ୍ରସ୍ତରୀୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବେ ଏବଂ ସମଗ୍ର ଓଡ଼ିଶାରେ ତ୍ୱରିତ ତଥା ଅଧିକ ପ୍ରଭାବଶାଳୀ ସହରାଂଚଳ ରୂପାନ୍ତରଣ ପାଇଁ ରଣନୈତିକ ପ୍ରାଥମିକତା ସ୍ଥିର କରିବେ । କାର୍ଯ୍ୟକ୍ରମରେ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍?ଘାଟନୀ ଅଭିଭାଷଣ ପ୍ରଦାନ କରିବେ ଏବଂ ଏହାପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ପ୍ରମୁଖ ପ୍ରାଥମିକତା ଉପରେ ଉପସ୍ଥାପନା ରଖିବେ ।

ଦିନବ୍ୟାପୀ ଚାଲିବାକୁ ଥିବା ଏହି ସମ୍ମିଳନୀରେ ସହରାଂଚଳ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଦିଗ, ଯଥା—ପୌରସଂସ୍ଥାର ରାଜସ୍ୱ ବୃଦ୍ଧି, ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକ ପାଇଁ ଟାଉନ ପ୍ଲାନିଂ ଯୋଜନାର ଏସଓପି , ସମୃଦ୍ଧ ସହର, ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଏବଂ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧୀନରେ ଭିତିଭୂମି ବିକାଶ ଉପରେ ଆଲୋଚନା କରାଯିବ ।

ଏଥିସହିତ ଅମୃତ ୨.୦ ଅଧୀନରେ ଜଳାଶୟଗୁଡ଼ିକର ପୁନରୁଦ୍ଧାର, ସହରାଂଚଳ ବନ୍ୟା ନିୟନ୍ତ୍ରଣ, ପଦଯାତ୍ରୀ-ଅନୁକୂଳ ଗମନାଗମନ, କ୍ରୁଟ୍ ଅଧୀନରେ ଆମ ବସ୍ ସେବାର ସମ୍ପ୍ରସାରଣ ଏବଂ ପିଏମ୍ ସ୍ୱନିଧି, ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଶ୍ରୟସ୍ଥଳୀ ଓ ଆହାର ଭଳି କଲ୍ୟାଣକାରୀ ଯୋଜନା ଉପରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ସମାନ୍ତରାଳ ବୈଷୟିକ ଅଧିବେଶନରେ ବ୍ୟବହୃତ ଜଳ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀର ଅନୁପାଳନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଂଚଳ ୨.୦ ଗୃହନିର୍ମାଣ ପଦକ୍ଷେପ ଉପରେ ଆଲୋଚନା କରାଯିବ ।

ଅପେକ୍ଷାକୃତ କମ୍ ପ୍ରଦର୍ଶନ କରୁଥିବା ପୌରସଂସ୍ଥାଗୁଡ଼ିକର ପ୍ରତିବନ୍ଧକ ଚିହ୍ନଟ କରି ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବା ପାଇଁ ଏକ ସ୍ୱତନ୍ତ୍ର ସମୀକ୍ଷା ମଧ୍ୟ କରାଯିବ । ଏଥିସହ ଉନ୍ନତ ପ୍ରଦର୍ଶନ କରୁଥିବା ପୌରସଂସ୍ଥାଗୁଡ଼ିକର ସଫଳ ଅଭ୍ୟାସ ଓ ମଡେଲକୁ ଅନ୍ୟମାନଙ୍କ ଦ୍ୱାରା ଆପଣାଇବା ଉଦ୍ଦେଶ୍ୟରେ ଉପସ୍ଥାପନ କରାଯିବ ।

‘ଓଡ଼ିଶା ଅର୍ବାନ କନକ୍ଲେଭ୍ ୨୦୨୬’ ରାଜ୍ୟବ୍ୟାପୀ ସମନ୍ୱୟ ସୁଦୃଢ଼ କରିବା, ସାଂସ୍ଥାଗତ ଦକ୍ଷତା ବୃଦ୍ଧି କରିବା ସହିତ ଏକ ଉତରଦାୟୀ, ସ୍ଥିର, ଆର୍ôଥକ ଦୃଷ୍ଟିରୁ ସ୍ୱାବଲମ୍ବୀ ତଥା ନାଗରିକ-କେନ୍ଦ୍ରିକ ସହରାଂଚଳ ଶାସନ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande