ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡ଼ା, ୨୩ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପଟ୍ଟାମୁଣ୍ଡାଇ ଶ୍ରୀରାମପୁରରେ ବନ୍ୟା ବିପନ୍ନଙ୍କୁ ଜିଲ୍ଲା ସଭାନେତ୍ରୀ ଡ଼. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନେତୃତ୍ୱରେ ସହାୟତା ପ୍ରଦାନ କରାଯାଇଛି। ବିପନ୍ନମାନଙ୍କ ପାଇଁ, ଚୁଡ଼ା, ଚିନି, ବିସ୍କୁଟ, ଅମୁଲ, ଓଆର୍ଏ
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିପନ୍ନଙ୍କୁ ସହାୟତା


କେନ୍ଦ୍ରାପଡ଼ା, ୨୩ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପଟ୍ଟାମୁଣ୍ଡାଇ ଶ୍ରୀରାମପୁରରେ ବନ୍ୟା ବିପନ୍ନଙ୍କୁ ଜିଲ୍ଲା ସଭାନେତ୍ରୀ ଡ଼. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନେତୃତ୍ୱରେ ସହାୟତା ପ୍ରଦାନ କରାଯାଇଛି। ବିପନ୍ନମାନଙ୍କ ପାଇଁ, ଚୁଡ଼ା, ଚିନି, ବିସ୍କୁଟ, ଅମୁଲ, ଓଆର୍ଏସ୍, ମିକ୍ସଚର, ପାଣି ବୋତଲ, ପାଉଁରୁଟି ଇତ୍ୟାଦି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଡ଼ ଜେନା ଗଣମାଧ୍ୟମକୁ କହିଥିଲେ ବିପନ୍ନଙ୍କୁ କେବଳ ଯେ ସରକାର ସାହାଯ୍ୟ କରିବେ ତାହା ଭାବିବା ଠିକ ନୁହେଁ। ଲୋକମାନଙ୍କୁ ନେଇ ସରକାର ଗଠନ ହୋଇଥାଏ। ତେଣୁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇବା ଉଚିତ। ବିପନ୍ନଙ୍କୁ ବିପଦରେ ସହଯୋଗ କଲେ ଜୀବନର ପରମ ଶାନ୍ତି ମିଳିଥାଏ। ବିପନ୍ନଙ୍କ ଗହଣରେ କିଛି ସମୟ ବିତାଇବା ପରେ ଏହି ଅନୁଭବ ହୋଇଥିଲା ବୋଲି ସେ କହିଛନ୍ତି। ଜିଲା ପ୍ରଶାସନ ଏ ନେଇ ତିନୋଟି ଡ଼ଙ୍ଗା ଯୋଗାଇ ଦେଇଥିଲା। ମହିଳା ମୋର୍ଚ୍ଚାର କର୍ମକର୍ତାମାନେ ଡଙ୍ଗାରେ ରିଲିଫ ନେଇ ବିପନ୍ନଙ୍କ ପାଖରେ ପହଂଚି ଥିଲେ। ତେଣୁ ଜିଲା ପ୍ରଶାସନଙ୍କୁ ସେ ସାଧୁବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲା ସଭାପତି ଶଶାଙ୍କ ଶେଖର ସେଠୀ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼. ଜ୍ୟୋସ୍ନାରାଣୀ ଜେନା, ଭାରତ ଭୂଷଣ ଦାସ, ଗିରଜା ଶଙ୍କର ଦାସ, ବନ୍ଦନା ରାଣୀ ରାଉତରାୟ, ରଶ୍ମିତା ସାହୁ, ପ୍ରିୟଙ୍କା ଶତପଥି, ରୀନାରାଣୀ ଦାସ, ମଧୁସ୍ମିତା ମଲ୍ଲ, ପଙ୍କଜିନୀ ସାମଲ, ସୁଷମା ଭୂୟାଁ, ହିମାଂଶୁ ଲେଙ୍କା, ରଶ୍ମି ରଞ୍ଜନ ରାଉତ, ଅନିଲ ସ୍ୱାଇଁ, ପଙ୍କଜ ଦାସ ପ୍ରମୁଖ ସାମିଲ ହୋଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande