ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବ : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ବନ୍ୟାଂଚଳରେ ବୁଲି ବିପନ୍ନଙ୍କୁ ଭେଟିଲେ ଗ୍ରାମ୍ୟଉନ୍ନୟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ
ଭଦ୍ରକ, ୨୩ ଅଗଷ୍ଟ (ହି.ସ.) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ତଳଗୋପବିନ୍ଧା ପଂଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ବୁଲିବା ସହିତ ବିପନ୍ନଙ୍କୁ ଭେଟି ସମସ୍ୟା ବୁଝିଛନ୍ତି ଗ୍ରାମ୍ୟଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ । ର
BANYANCHAL BULILE GRAMYA UNAYANA MANTRI


ଭଦ୍ରକ, ୨୩ ଅଗଷ୍ଟ (ହି.ସ.) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ତଳଗୋପବିନ୍ଧା ପଂଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ବୁଲିବା ସହିତ ବିପନ୍ନଙ୍କୁ ଭେଟି ସମସ୍ୟା ବୁଝିଛନ୍ତି ଗ୍ରାମ୍ୟଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ । ରବିବାର ପୂର୍ବାହ୍ନରେ ବନ୍ୟାଂଚଳ ବୁଲିବା ପରେ ତଳଗୋପବିନ୍ଧାସ୍ଥିତ ଐଶାନ୍ୟଚଣ୍ଡି ହାଇସ୍କୁଲ ପରିସରରେ ବନ୍ୟା ପରିସ୍ଥିତିକୁ ନେଇ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଯୋଗଦେଇ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୁରଜ ଯୋଗଦେଇ ବନ୍ୟା ପ୍ରଭାବିତ ପଂଚାୟତରେ ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।ବନ୍ୟାଂଚଳର ବିଭିନ୍ନ ସ୍ଥାନରେ ଥିବା ନଦୀବନ୍ଧକୁ ସୁଦୃଢ଼ କରାଯିବ । ଯେପରି ନଦୀର ବନ୍ୟା ପାଣି ସ୍ରୋତରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହେବ ନାହିଁ । ଏହାଛଡ଼ା ବିଭିନ୍ନ ରାସ୍ତାରେ ଥିବା ପୋଲକୁ ଉଚ୍ଚା କରାଯିବ । ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାସବୁକୁ ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି ବୈଠକରେ ମନ୍ତ୍ରୀ କହିଥିଲେ। ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ବିଡ଼ିଓ ନିରଞ୍ଜନ ବାରିକ, ସାଳନ୍ଦୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ, ଉପଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା, କନିଷ୍ଠଯନ୍ତ୍ରୀ ପଦ୍ମପ୍ରିୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ତଳଗୋପବିନ୍ଧା ପଂଚାୟତରେ ମନ୍ତ୍ରୀ ନାୟକ ଓ ମନ୍ତ୍ରୀ ସୂରଜ ପହଂଚିବା ପରେ ମାତଗଜପୁର ଓ ହଟନଗର ଠାରେ ଠାରେନାଳିଆ ନଈରେ ଘାଇ ମରାମତି କାର୍ଯ୍ୟକୁ ଦେଖିଥିଲେ । ପରେ ସେମାନେ ପଂଚାୟତର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଗ୍ରାମକୁ ଯାଇ ବିପନ୍ନମାନଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ମନ୍ତ୍ରୀ ନାୟକ ଓ ସୂରଜ ଐଶାନ୍ୟଚଣ୍ଡି ହାଇସ୍କୁଲରେ ଆଶ୍ରୟ ନେଇଥିବା ବିପନ୍ନ ମାନଙ୍କୁ ଭେଟିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା,ସରପଂଚ ସଞ୍ଜୀବ ବେହେରା ଓ ଶୁଭ୍ରନାରାୟଣ ସେଠୀ, ଭାଜପା ସାହାଡ଼ାଶୁଣି ମଣ୍ଡଳ ସଭାପତି କେଶବ ବେହେରା, ପଂଚାୟତ ସଭାପତି ଚକ୍ରଧର ନାୟକ,ବିଜେପି ନେତା ତଥା ଆଇନଜୀବୀ ଚିନ୍ତାମଣି ଦାସ,ପ୍ରତାପ ଜେନା, ଜୀବନ ନାୟକ ପ୍ରମୁଖ ଉପସ୍ଥିତି ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande