ବନ୍ଧ ପାଣିରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
ନୂଆପଡ଼ା,୨୩ ଅଗଷ୍ଟ (ହି.ସ.)- ନୂଆପଡ଼ା ବ୍ଲକ ଅନ୍ତର୍ଗତ ପାୱାରତୋଳା ଗ୍ରାମର ତିହାରୁ ରାଉତ ଆଜି ଛେଳି ଚରାଇବାକୁ ଯାଇଥିବାବେଳେ ଅସାବଧାନତାବଶତଃ ବନ୍ଧ ହିଡ଼ରୁ ବନ୍ଧ ପାଣିରେ ପଡ଼ି ଯାଇଥିଲେ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ପାଁୱାରତୋଳା ସମେତ ତ
Bandha panire padi bruddha mruta


ନୂଆପଡ଼ା,୨୩ ଅଗଷ୍ଟ (ହି.ସ.)- ନୂଆପଡ଼ା ବ୍ଲକ ଅନ୍ତର୍ଗତ ପାୱାରତୋଳା ଗ୍ରାମର ତିହାରୁ ରାଉତ ଆଜି ଛେଳି ଚରାଇବାକୁ ଯାଇଥିବାବେଳେ ଅସାବଧାନତାବଶତଃ ବନ୍ଧ ହିଡ଼ରୁ ବନ୍ଧ ପାଣିରେ ପଡ଼ି ଯାଇଥିଲେ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ପାଁୱାରତୋଳା ସମେତ ତାଙ୍କ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାକୁ ନେଇ ପରିବାର ଓ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande