ସମ୍ବଲପୁର ବିଜେପି ଓ.ବି.ସି. ମୋର୍ଚ୍ଚାର ଜିଲ୍ଲା ଟିମ ସଦସ୍ୟଙ୍କ ନାମ ଘୋଷଣା
ସମ୍ବଲପୁର ବିଜେପି ଓ.ବି.ସି. ମୋର୍ଚ୍ଚାର ଜିଲ୍ଲା ଟିମ ସଦସ୍ୟଙ୍କ ନାମ ଘୋଷଣା
ସମ୍ବଲପୁର ବିଜେପି ଓ.ବି.ସି. ମୋର୍ଚ୍ଚାର ଜିଲ୍ଲା ଟିମ ସଦସ୍ୟଙ୍କ ନାମ ଘୋଷଣା


ସମ୍ବଲପୁର, ୨୩ ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ବିଜେପି ପଛୁଆ ବର୍ଗ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଓ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ଅନୁମୋଦନ କ୍ରମେ ସମ୍ବଲପୁର ବିଜେପି ପଛୁଆ ବର୍ଗ ଜାତି ମୋର୍ଚ୍ଚା ସଭାପତି ରମେଶ ପ୍ରଧାନ ତାଙ୍କର ଜିଲ୍ଲା ଟିମର ସମସ୍ତ ପଦବୀର ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଦ୍ୱାରା ପ୍ରଦତ ସୂଚୀ ମୁତାବକ ଜିଲ୍ଲା ଉପସଭାପତି ଭାବରେ ପ୍ରକାଶ ପୃଷ୍ଟି, ବିପିନ ଛକର, ଲୀଲାରାଣୀ ସାହୁ, ଚନେହଲା ପାତ୍ର ଓ ରାମକୃଷ୍ଣ ପଟେଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ଅଜୟ କୁମାର ବେହେରା ଓ ଓଁପ୍ରକାଶ ବିଶ୍ୱାଳ ଙ୍କୁ ଦାୟିତ୍ୱ ଦିଆଯାଇଛି । ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ଭାବରେ ସୁଶାନ୍ତ ପ୍ରଧାନ, ପ୍ରଭାସ କର୍ଣ୍ଣ, ହାରାବତୀ ସାମଲ, ଧୀରେନ ନାଗ ଓ ସୌଦାମିନି ଦେହୁରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସୁବୋଧ ପଟେଲଙ୍କୁ ଜିଲ୍ଲା କୋଷଧକ୍ଷ ଦାୟିତ୍ୱ ଦିଆଯାଇଛି। ସେହିପରି ଓ.ବି.ସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁଶୀଲ ଭୋଇ, ଶୟନ ପୋଦ୍ଦଲ, ରମେଶ ସାହୁ, ଲଳିତା ସାହୁ, ଜୟକାନ୍ତ ସାହୁ, ଅଶୋକ ସାହୁ, ଅଶ୍ୱିନୀ ରାଉତ, ବିମଲ ଚୌଧୁରୀ, ଦିବାକର ପୃସେଠ, ତରୁଣ ଚୌଧୁରୀ, କଙ୍ଗାଲୁ ରାଣା, ବିଦ୍ୟାଧର ମେହେର, ନାରାୟଣ ବେହେରା, ଗୌରୀଶଙ୍କର ସାହୁ, ମନବୋଧ ଭୋଇ, ସୁନୀଲ ବାଘ ଓ ପ୍ରଶାନ୍ତ ମହାକୁଡ଼ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ଼ କରିବା, ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଂଚାଇବା ଏବଂ ଜିଲ୍ଲା ରେ ପଛୁଆ ବର୍ଗ ଜାତି ର ଲୋକମାନଙ୍କୁ ସଂଗଠନ ସହ ଯୋଡ଼ିବା ଲକ୍ଷ୍ୟରେ ଏହି ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଛି । ନୂତନ ପଦାଧିକାରୀମାନେ ସଂଗଠନର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ମଧ୍ୟରେ ପହଂଚାଇବା ସହ ଜିଲ୍ଲାରେ ଓ.ବି.ସି ମୋର୍ଚ୍ଚାକୁ ଆହୁରି ସକ୍ରିୟ କରିବା ପାଇଁ କାମ କରନ୍ତୁ ବୋଲି ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଆହ୍ୱାନ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande