ଡକାୟତ ଗ୍ୟାଙ୍ଗ ଧରାପଡିଲା, ୫ ଗିରଫ
ଗଞ୍ଜାମ, ୨୩ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ସଦର ପୋଲିସ ଓ ଦିଗପହଣ୍ଡି ପୋଲିସ ମିଳିତ ଚଢ଼ଉ କରି ରାଜପଥ ଲୁଟ ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ଗିରଫ କରିଛି। ୨୨ ତାରିଖ ଦିନ ବାରଟା ଚାଳିଶରେ କୁକୁଡ଼ାଖଣ୍ଡିର ଭୈରବ କୁମାର ସାହୁ (୪୫) ଅଭିଯୋଗ କରିଥିଲେ ଯେ, ସେ ଗାଡ଼ି ନମ୍ବର ଓଡି ଶୂନ୍ୟ ସାତ ସି ପାଞ୍ଚ ସାତ ଶ
Qertyy


ଗଞ୍ଜାମ, ୨୩ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ସଦର ପୋଲିସ ଓ ଦିଗପହଣ୍ଡି ପୋଲିସ ମିଳିତ ଚଢ଼ଉ କରି ରାଜପଥ ଲୁଟ ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ଗିରଫ କରିଛି।

୨୨ ତାରିଖ ଦିନ ବାରଟା ଚାଳିଶରେ କୁକୁଡ଼ାଖଣ୍ଡିର ଭୈରବ କୁମାର ସାହୁ (୪୫) ଅଭିଯୋଗ କରିଥିଲେ ଯେ, ସେ ଗାଡ଼ି ନମ୍ବର ଓଡି ଶୂନ୍ୟ ସାତ ସି ପାଞ୍ଚ ସାତ ଶୂନ୍ୟ ନଅ ରେ ଦୁଇଟି ବଳଦ ନେଇ କଞ୍ଚୁରୁରୁ ଡେଙ୍ଗାପଦର ଯାଉଥିଲେ। ବଉଳଝୋଲି କେନାଲ ରୋଡରେ ଛଅ ଜଣ ତାଙ୍କୁ ଅଟକାଇ ମାଡ଼ ମାରି ପନ୍ଦରଶହ ଟଙ୍କା ନଗଦ, ମୋବାଇଲ ଓ ଫୋନ ପେ ରୁ ବାଇଶ ହଜାର ପାଞ୍ଚଶହ ଟଙ୍କା ଲୁଟି ନେଇଥିଲେ। ସଦର ଥାନାରେ ମାମଲା ନମ୍ବର ପାଞ୍ଚଶହ ଚଉରାଳିଶ ରୁଜୁ ହୋଇଛି।

ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭିକାରୀ ଦାସ ଓରଫ ଚମ୍ପି(୨୧) ବାନ୍ଥପଲ୍ଲୀ, ଦିଗପହଣ୍ଡି

ମୁକେଶ ବିଷୋୟୀ(୨୬), ବଉଳଝୋଲି, ସଂଗ୍ରାମ ବିଷୋୟୀ(୨୧), ବଉଳଝୋଲି, କାହ୍ନା ବିଷୋୟୀ(୨୪), ବଉଳଝୋଲି, ପାପୁ ବିଷୋୟୀ(୨୧), ବଉଳଝୋଲି।

ଏମାନଙ୍କ ଠାରୁ ପୁଲିସ ଗୋଟିଏ ଛୁରୀ, ହୋଣ୍ଡା ସାଇନ ବାଇକ ନମ୍ବର ଓଆର ୦୭ ଏଏ ୭୯୪୩, ଲୁହା ପଞ୍ଚ, ପାଞ୍ଚଟି ମୋବାଇଲ ଓ ବାଇଶ ହଜାର ପାଞ୍ଚଶହ ଟଙ୍କା ଜବତ କରିଛି। ଷଷ୍ଠ ଅଭିଯୁକ୍ତ ନନ୍ଦନ ବେହେରା ଫେରାର ଅଛି। ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande