ଗୁଡିଗାଁରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
Ek ped maa ke nam programme
Ek ped maa ke nam programme


ଝାରସୁଗୁଡ଼ା, ୨୩ ଅଗଷ୍ଟ (ହି.ସ.)- କୋଲାବିରା ବ୍ଲକ କେଲେଣ୍ଡାମାଲ ପଞ୍ଚାୟତ ଗୁଡିଗାଁ ଗ୍ରାମରେ ରବିବାର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଯାୟୀ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବତନ ବିଧାୟିକା ଦୀପାଳି ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଓ ଏହାର ସୁରକ୍ଷା କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ l ଏଣୁ ସମସ୍ତ ବ୍ୟକ୍ତି ମା ଙ୍କ ନାମରେ ଗଛଟିଏ ଲଗାଇବାକୁ ସଂକଳ୍ପ ନେବାକୁ ପୂର୍ବ ବିଧାୟିକା ଆହ୍ୱାନ ଦେଇଥିଲେ l

ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ, ସମାଜସେବୀ ସୁଧାଂଶୁ ନାଏକ, ଗୁଡ଼ିଗାଁ ହାଇସ୍କୁଲ ସଂସ୍କୃତ ଶିକ୍ଷକ ପ୍ରଶାନ୍ତ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଏଥିରେ ଅତୁଲ୍ୟ ବିର୍ଗଠିଆ, ଜୟନ୍ତ କାଲୋ, ନିର୍ମଳ ପଟେଲ, ମନୋଜ ପଟେଲ, କରୁଣା କାଲୋ, ସାଗର ବୀର୍ଗଠିଆ, ଓମପ୍ରକାଶ ପଟେଲ ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande