ପୂର୍ବତନ ବରିଷ୍ଠ କିରାଣୀ ତଥା ପଣ୍ଡିତ ପୂର୍ଣ୍ଣାନନ୍ଦ ମହାପାତ୍ରଙ୍କ ପରଲୋକ
Ex Clerk purna chand Mohapatra passed away
ପୂର୍ବତନ ବରିଷ୍ଠ କିରାଣୀ ତଥା ପଣ୍ଡିତ ପୂର୍ଣ୍ଣାନନ୍ଦ ମହାପାତ୍ରଙ୍କ ପରଲୋକ


ଝାରସୁଗୁଡ଼ା, ୨୩ ଅଗଷ୍ଟ (ହି.ସ.) - ଝାରସୁଗୁଡ଼ା ସହରର ପୁରୁଣାବସ୍ତି ନିବାସୀ, ଝାରସୁଗୁଡ଼ା ପୌର ପରିଷଦର ପୂର୍ବତନ ବରିଷ୍ଠ କିରାଣୀ ତଥା ବରିଷ୍ଠ ପଣ୍ଡିତ ପୂର୍ଣ୍ଣାନନ୍ଦ ମହାପାତ୍ର (୮୫)ଙ୍କର ରବିବାର ନିଜ ବାସଭବନରେ ପରଲୋକ ହୋଇଯାଇଛି।ପୌର ପରିଷଦର ଜଣେ କର୍ତବ୍ୟନିଷ୍ଠ କିରାଣୀ ଏବଂ ଜଣେ ଜ୍ଞାନୀ ପଣ୍ଡିତ ଭାବେ ଝାରସୁଗୁଡ଼ା ସହରରେ ତାଙ୍କର ଅଗାଧ ପ୍ରତିଷ୍ଠା ଓ ସୁନାମ ରହିଥିଲା। ମୃତ୍ୟୁଶଯ୍ୟା ନିକଟରେ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ। ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଏକମାତ୍ର ପୁତ୍ର ଦିଲ୍ଲୀପ ମହାପାତ୍ର ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଝାରସୁଗୁଡ଼ା ଅଂଚଳରେ ଶୋକର ଲହରୀ ଖେଳିଯାଇଛି। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande