ଗଙ୍ଗାଜଳରେ ଭଗବାନ ଶିବଙ୍କ ଜଳାଭିଷେକ, ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ
ବଲାଙ୍ଗିର, ୨୩ ଅଗଷ୍ଟ (ହି.ସ.) - ବଲାଙ୍ଗୀରର ଖୁଜେନପାଲି ସ୍ଥିତ ଶିବ ମନ୍ଦିରରେ ଭଗବାନ ଶିବଙ୍କ ପବିତ୍ର ଗଙ୍ଗାଜଳରେ ବିଶେଷ ଜଳାଭିଷେକ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଧାର୍ମିକ ଆୟୋଜନ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ବଲାଙ୍ଗୀର ଶାଖା ଏବଂ ସମାଜର ବରିଷ୍ଠ ସଦସ୍ୟ ପୁରଣମଲ
ଗଙ୍ଗାଜଳରେ ଭଗବାନ ଶିବଙ୍କ ଜଳାଭିଷେକ, ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ

ଗଙ୍ଗାଜଳରେ ଭଗବାନ ଶିବଙ୍କ ଜଳାଭିଷେକ, ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ

ଗଙ୍ଗାଜଳରେ ଭଗବାନ ଶିବଙ୍କ ଜଳାଭିଷେକ, ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ

ଗଙ୍ଗାଜଳରେ ଭଗବାନ ଶିବଙ୍କ ଜଳାଭିଷେକ, ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ

ଗଙ୍ଗାଜଳରେ ଭଗବାନ ଶିବଙ୍କ ଜଳାଭିଷେକ, ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ

ବଲାଙ୍ଗିର, ୨୩ ଅଗଷ୍ଟ (ହି.ସ.) - ବଲାଙ୍ଗୀରର ଖୁଜେନପାଲି ସ୍ଥିତ ଶିବ ମନ୍ଦିରରେ ଭଗବାନ ଶିବଙ୍କ ପବିତ୍ର ଗଙ୍ଗାଜଳରେ ବିଶେଷ ଜଳାଭିଷେକ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଧାର୍ମିକ ଆୟୋଜନ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ବଲାଙ୍ଗୀର ଶାଖା ଏବଂ ସମାଜର ବରିଷ୍ଠ ସଦସ୍ୟ ପୁରଣମଲ ଅଗ୍ରୱାଲ ଓ ତାଙ୍କ ପରିବାର, ତଥା ତାଙ୍କ ପୁତ୍ରମାନେ ମନୋଜ ଅଗ୍ରୱାଲ, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ପ୍ରାନ୍ତୀୟ ଉପାଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ ଓ ରାଜେଶ ଅଗ୍ରୱାଲଙ୍କ ପରିବାର ପକ୍ଷରୁ ସମ୍ପନ୍ନ କରାଯାଇଥିଲା।

କାର୍ଯ୍ୟକ୍ରମ ସମୟରେ ବେଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଭଗବାନ ଭୋଳେନାଥଙ୍କୁ ଗଙ୍ଗାଜଳରେ ଅଭିଷେକ କରାଯାଇଥିଲା। ଭକ୍ତମାନେ ପୂଜାର୍ଚ୍ଚନା କରି ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ଏବଂ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ଧର୍ମଲାଭ କରିଥିଲେ।

ଏହି ଅବସରରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷ ଡା. ସୁଭାଷ ଚନ୍ଦ୍ର ଅଗ୍ରୱାଲ, ବଲାଙ୍ଗୀର ଶାଖାର ଅଧ୍ୟକ୍ଷ, ସଚିବଙ୍କ ସହ ସଂସ୍ଥାର ଅନ୍ୟାନ୍ୟ ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

ପୂଜାର୍ଚ୍ଚନା ପରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବଂଟନ କରାଯାଇଥିଲା। ଆୟୋଜନକୁ ସଫଳ କରିବାରେ ସମାଜର ସଦସ୍ୟମାନେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande