ଲଗାଣ ବର୍ଷାରେ ବୋରିଗୁମ୍ମା ବେହାଲ
ଜୟପୁର, ୨୩ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଲଗାଣ ବର୍ଷା କାରଣରୁ ଫୁଲୁଛି ସିଙ୍ଗାରୀ ନଦୀ। ବି ଜାନୀଗୁଡା ନିକଟରେ କୂଳ ଲଙ୍ଘିଲା ନଦୀ। ମାଟି ଧସେଇ ହୋଇ ନଦୀ କୂଳରେ ଥିବା ଗୋଟିଏ ଘର ଭୁଶୁଡ଼ିଛି। ଆଉକିଛି ଘର ଭୁଶୁଡିବାର ଭୟ ରହିଛି। ବର୍ଷା ଜାରି ରହିଥିବା କାରଣରୁ ନଦୀ କୂଳିଆ ବ
ଲଗାଣ ବର୍ଷା ରେ ବୋରିଗୁମ୍ମା ବେହାଲ


ଲଗାଣ ବର୍ଷା ରେ ବୋରିଗୁମ୍ମା ବେହାଲ


ଲଗାଣ ବର୍ଷା ରେ ବୋରିଗୁମ୍ମା ବେହାଲ


ଲଗାଣ ବର୍ଷା ରେ ବୋରିଗୁମ୍ମା ବେହାଲ


ଲଗାଣ ବର୍ଷା ରେ ବୋରିଗୁମ୍ମା ବେହାଲ


ଜୟପୁର, ୨୩ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଲଗାଣ ବର୍ଷା କାରଣରୁ ଫୁଲୁଛି ସିଙ୍ଗାରୀ ନଦୀ। ବି ଜାନୀଗୁଡା ନିକଟରେ କୂଳ ଲଙ୍ଘିଲା ନଦୀ। ମାଟି ଧସେଇ ହୋଇ ନଦୀ କୂଳରେ ଥିବା ଗୋଟିଏ ଘର ଭୁଶୁଡ଼ିଛି। ଆଉକିଛି ଘର ଭୁଶୁଡିବାର ଭୟ ରହିଛି। ବର୍ଷା ଜାରି ରହିଥିବା କାରଣରୁ ନଦୀ କୂଳିଆ ବାସିନ୍ଦାଙ୍କ ଚିନ୍ତା ବଢ଼ୁଛି।ଦୁଇ ଦିନର ଲଗାଣ ବର୍ଷା ଧୋଇ ନେଇଛି ଆପ୍ରୋଚ୍ ରୋଡ୍ । ତରାଭଟା ଛକରୁ କୁମୁଲି ମଧ୍ୟରେ ଥିବା ନାଳ ଉପରେ ଚାଲିଛି ବ୍ରିଜ୍ ନିର୍ମାଣ । ହେଲେ ବ୍ରିଜ୍ ନିର୍ମାଣ ପୂର୍ବରୁ ଆପ୍ରୋଚ୍ ରୋଡ୍ ନିର୍ମାଣ କରିଥିବା ବେଳେ ଲଗାଣ ବର୍ଷାରେ ବାରମ୍ବାର ତାହା ଧୋଇ ନେଇଛି। ଗତ ଦୁଇ ଦିନ ହେବ ରାସ୍ତା ଉପରେ ପ୍ରାୟ ୩ ଫୁଟ୍ ରୁ ଅଧିକ ପାଣି ଚାଲୁଥିବାରୁ ଚାରିଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି । ଏହି ରାସ୍ତା ଉପରେ ଥିବା ନାଳ ଉପରେ ବ୍ରିଜ୍ ନିର୍ମାଣ କାମ ଆରମ୍ଭ ହୋଇଛି ହେଲେ ବର୍ଷା ଋତୁରେ ନିର୍ମାଣ କାମ ଆରମ୍ଭ ହେବାରୁ ଏବେ ଦେଖାଦେଇଛି ସମସ୍ୟା । ପ୍ରବଳ ବର୍ଷାରେ ନିର୍ମାଣ କରାଯାଇଥିବା ଆପ୍ରୋଚ୍ ରୋଡ୍ ବାରମ୍ବାର ବର୍ଷା ପାଣିରେ ଧୋଇଯାଇଥିବା ବେଳେ ଗତ ଦୁଇ ଦିନ ହେବ ରାସ୍ତା ଉପରେ ପ୍ରାୟ ୩ ଫୁଟ୍ ପାଣି ଚାଲୁଛି । ଲଗାଣ ବର୍ଷା ଜାରି ରହିଲେ ପାଣି ଆହୁରି ବଢ଼ିବା ଆଶଙ୍କା ରହିଛି । ବ୍ରିଜ୍ ନିର୍ମାଣ ସ୍ଥାନ ମଧ୍ୟ ପାଣିରେ ବୁଡ଼ିଯାଇଛି । ରାସ୍ତା ଉପରେ ଜେସିବି ମେସିନ୍ ଓ ଶ୍ରମିକମାନଙ୍କ ରହିବା ସ୍ଥାନ ମଧ୍ୟ ପାଣିଘେରରେ ରହିଛି । ଏହି ରାସ୍ତା ଦେଇ ନରସିଂହ ମହାବିଦ୍ୟାଳୟ, କିଶୋର ଚନ୍ଦ୍ର ଡିଗ୍ରୀ କଲେଜ୍ ଓ ବୋରିଗୁମ୍ମା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶହ ଶହ ଲୋକ ଯାତାୟାତ କରନ୍ତି । କିନ୍ତୁ ଦୁଇ ଦିନ ହେବ ଯାତାୟାତ ଠପ୍ ହୋଇପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି, ବ୍ରିଜ୍ ନିର୍ମାଣ କରୁଥିବା ଠିକା ସଂସ୍ଥା ପକ୍ଷରୁ ଏଠାରେ କୌଣସି ବିପଦସୂଚକ ଫଳକ ଲଗାଯାଇନାହିଁ । ନା ରହିଛନ୍ତି କୌଣସି ସୁରକ୍ଷା କର୍ମଚାରୀ । ରାସ୍ତା ଉପରେ ପାଣି ଚାଲୁଥିବା ସତ୍ତ୍ୱେ କେହି ଯଦି ଆପ୍ରୋଚ୍ ରୋଡ୍ ଭିତରକୁ ପ୍ରବେଶ କରନ୍ତି, ତାଙ୍କୁ ରୋକିବା କିମ୍ବା ଯାନବାହନର ତଦାରଖ କରିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ ।ଏହି ରାସ୍ତା ଉପରେ ପାଣି ବଢ଼ିବା ଯୋଗୁଁ କୁମୁଲି ଓ ମୁଞ୍ଜା ପଞ୍ଚାୟତର ଅନେକ ଗାଁର ଲୋକ ବୋରିଗୁମ୍ମା, ଜୟପୁର ଓ କୋରାପୁଟ ଯିବାରେ ସମସ୍ୟା ଭୋଗୁଥିବା ଲକ୍ଷ୍ୟ କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande