
ନୂଆପଡ଼ା, ୨୩ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅନ୍ତର୍ଗତ ଲୋହରାପାଲି ସବ୍ କେନାଲରେ ଏକ ବିଶାଳ ଅଜଗର ସାପ ଫସି ରହିଥିବା ବେଳେ ଉଦ୍ଧାର ସମୟରେ ତାହାର ମୃତ୍ୟୁ ଘଟିଛି। ଆଜି ମିଶନ ଓ ଲୋହରାପାଲି ମଧ୍ୟରେ ଥିବା ସବ୍-ମାଇନର କେନାଲ ଗେଟ୍ ନିକଟରେ ଅଜଗରଟି ଭାସି ଆସି ଫସି ଯାଇଥିଲା। ଫସି ରହିଥିବା ଅଜଗରଟିକୁ ଖଡ଼ିଆଳ ଏନ୍ଏସି କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏନେଇ ଖଡ଼ିଆଳ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣାଙ୍କୁ ସୂଚନା ଦିଆଯିବା ପରେ ସେ ଖଡ଼ିଆଳ ବନ ବିଭାଗକୁ ଖବର ଦେଇଥିଲେ। ସେମାନେ ଆସିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ। ତେବେ ଉଦ୍ଧାର ସମୟରେ ଅଜଗରଟିର ମୃତ୍ୟୁ ଘଟିଛି। ଅଜଗରର ମୃତ୍ୟୁର କାରଣ ନେଇ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ