ମୋବାଇଲ ମେଳାରେ ସମ୍ବଲପୁର ପୋଲିସ ଲୋକଙ୍କୁ ଫେରାଇଲା ଉଦ୍ଧାର ୪୫ ଲକ୍ଷ ଟଙ୍କା ଓ ୧୧୫ଟି ମୋବାଇଲ
ସମ୍ବଲପୁର, ୨୩ ଅଗଷ୍ଟ(ହି.ସ.) – ବିଭିନ୍ନ ଅସମୟରେ ନାଗରିକଙ୍କର ହଜିଯାଇଥିବା ଓ ଚୋରି ହୋଇଥିବା ସମ୍ପତି ଉଦ୍ଧାର କ୍ଷେତ୍ରରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଯୁକ୍ତି ଭିତିକ ପଦକ୍ଷେପ ଜାରି ରଖିଛି। ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ‘ମୋବାଇଲ ମେଳା ୨.୦’ ଅଭିଯାନ ଅଧୀନରେ ୧୧୫ଟି ହଜିଯାଇଥିବ
ମୋବାଇଲ ମେଳାରେ ସମ୍ବଲପୁର ପୋଲିସ ଲୋକଙ୍କୁ ଫେରାଇଲା ଉଦ୍ଧାର ୪୫ ଲକ୍ଷ ଟଙ୍କା ଓ ୧୧୫ଟି ମୋବାଇଲ


ମୋବାଇଲ ମେଳାରେ ସମ୍ବଲପୁର ପୋଲିସ ଲୋକଙ୍କୁ ଫେରାଇଲା ଉଦ୍ଧାର ୪୫ ଲକ୍ଷ ଟଙ୍କା ଓ ୧୧୫ଟି ମୋବାଇଲ


ମୋବାଇଲ ମେଳାରେ ସମ୍ବଲପୁର ପୋଲିସ ଲୋକଙ୍କୁ ଫେରାଇଲା ଉଦ୍ଧାର ୪୫ ଲକ୍ଷ ଟଙ୍କା ଓ ୧୧୫ଟି ମୋବାଇଲ


ମୋବାଇଲ ମେଳାରେ ସମ୍ବଲପୁର ପୋଲିସ ଲୋକଙ୍କୁ ଫେରାଇଲା ଉଦ୍ଧାର ୪୫ ଲକ୍ଷ ଟଙ୍କା ଓ ୧୧୫ଟି ମୋବାଇଲ


ସମ୍ବଲପୁର, ୨୩ ଅଗଷ୍ଟ(ହି.ସ.) – ବିଭିନ୍ନ ଅସମୟରେ ନାଗରିକଙ୍କର ହଜିଯାଇଥିବା ଓ ଚୋରି ହୋଇଥିବା ସମ୍ପତି ଉଦ୍ଧାର କ୍ଷେତ୍ରରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଯୁକ୍ତି ଭିତିକ ପଦକ୍ଷେପ ଜାରି ରଖିଛି। ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ‘ମୋବାଇଲ ମେଳା ୨.୦’ ଅଭିଯାନ ଅଧୀନରେ ୧୧୫ଟି ହଜିଯାଇଥିବା ମୋବାଇଲ ଫୋନ୍ ଚିହ୍ନଟ କରି ଉଦ୍ଧାର କରାଯାଇଥିବାବେଳେ ବିଭିନ୍ନ ମାମଲାରେ ଉଦ୍ଧାର ହୋଇଥିବା ୪୫ ଲକ୍ଷ ଟଙ୍କା ପ୍ରକୃତ ଦାବିଦାରଙ୍କୁ ଆଜି ଫେରସ୍ତ କରାଯାଇଛି।

ସଂଚାର ସାଥୀ ପଦକ୍ଷେପ ଅଧୀନରେ ଥିବା ସେଂଟ୍ରାଲ ଇକ୍ୱିପମେଂଟ ଆଇଡେଂଟିଟି ରେଜିଷ୍ଟାର ପୋର୍ଟାଲରେ ହଜିଯାଇଥିବା ମୋବାଇଲର ଆଇଏମ୍ଇଆଇ ନମ୍ବର ଅପଲୋଡ୍ କରି ପୋଲିସ ପକ୍ଷରୁ ନିୟମିତ ଭାବେ ଟେକ୍ନିକାଲ ଅନୁସନ୍ଧାନ କରାଯାଇଥିଲା। ଡିଭାଇସ୍ର କାର୍ଯ୍ୟକଳାପ ବିଶ୍ଳେଷଣ ଓ ସମ୍ପୃକ୍ତ ଅଧିକାରୀଙ୍କ ସମନ୍ୱୟରେ ୧୧୫ଟି ମୋବାଇଲ ଫୋନ୍ ଚିହ୍ନଟ ପରେ ଉଦ୍ଧାର କରାଯାଇଥିଲା। ଆଇନଗତ ପ୍ରକ୍ରିୟା ଶେଷ ପରେ ଏହି ମୋବାଇଲଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଆଜି କ୍ରମାନ୍ୱୟରେ ହସ୍ତାନ୍ତର କରାଯାଉଛି। ସେହିପରି ବିଭିନ୍ନ କ୍ଷେତ୍ରରୁ ଉଦ୍ଧାର କରାଯାଇଥିବା ୪୫ ଲକ୍ଷ ଟଙ୍କା ମଧ୍ୟ ଫେରସ୍ତ କରାଯାଇଛି। ବିଭିନ୍ନ ମାମଲାରେ ଉଦ୍ଧାର ହୋଇଥିବା ମୋଟ ୪୫ ଲକ୍ଷ ଟଙ୍କା ପ୍ରକୃତ ଦାବିଦାରଙ୍କୁ ଫେରସ୍ତ କରାଯିବା ମଧ୍ୟରେ ରମେଶ ଚନ୍ଦ୍ର ବିଶ୍ୱାଳଙ୍କୁ ୧୬ ଲକ୍ଷ, ମାନସ କୁମାର ମୁଖୋପାଧ୍ୟାୟଙ୍କୁ ୧୨.୫୦ ଲକ୍ଷ, ଶ୍ୟାମ ଦୋରାଙ୍କୁ ୧୨ ଲକ୍ଷ ଏବଂ ଅଜୟ ମିଞ୍ଜଙ୍କୁ ୪.୫୦ ଲକ୍ଷ ଟଙ୍କା ଫେରସ୍ତ ଦିଆଯାଇଥିବା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି।

ପ୍ରଯୁକ୍ତି ଆଧାରିତ ତଦନ୍ତ, ତ୍ୱରିତ ସମ୍ପତି ଉଦ୍ଧାର ଓ ଦାୟିତ୍ୱଶୀଳ ପୋଲିସିଂ ପ୍ରତି ସମ୍ବଲପୁର ପୋଲିସର ପ୍ରତିବଦ୍ଧତାକୁ ଆଜି ‘ମୋବାଇଲ ମେଳା ୨.୦’ର ସଫଳତା ପ୍ରତିଫଳିତ କରାଇଛି। ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ସମ୍ପର୍କରେ ତୁରନ୍ତ ପୋଲିସକୁ ଜଣାଇବା ସହ ସଠିକ୍ ଆଇଏମ୍ଇଆଇ ନମ୍ବର ପ୍ରଦାନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଜନ ସାଧାରଣଙ୍କୁ ଆହ୍ୱାନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande