ସମ୍ବଲପୁର ସିଟି ଷ୍ଟେସନ ଏବଂ ସିଟି- ସରଳା ଦୋହରୀକରଣ କାର୍ଯ୍ୟର ସମୀକ୍ଷା
ସମ୍ବଲପୁର, ୨୩ ଅଗଷ୍ଟ(ହି.ସ.) – ସମ୍ବଲପୁର ଡିଭିଜନ ରେଳ ମଣ୍ଡଳ ମ୍ୟାନେଜର ସୁବାଷ ଚନ୍ଦ୍ର ଚୌଧୁରୀ ସମ୍ବଲପୁର ସିଟି ରେଳ ଷ୍ଟେସନ ଏବଂ ସମ୍ବଲପୁର ସିଟି- ସରଳା ଦୋହରୀକରଣ କାର୍ଯ୍ୟକୁ ନିରୀକ୍ଷଣ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲୁଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି
ସମ୍ବଲପୁର ସିଟି ଷ୍ଟେସନ ଏବଂ ସିଟି- ସରଳା ଦୋହରୀକରଣ କାର୍ଯ୍ୟର ସମୀକ୍ଷା

ସମ୍ବଲପୁର ସିଟି ଷ୍ଟେସନ ଏବଂ ସିଟି- ସରଳା ଦୋହରୀକରଣ କାର୍ଯ୍ୟର ସମୀକ୍ଷା

ସମ୍ବଲପୁର ସିଟି ଷ୍ଟେସନ ଏବଂ ସିଟି- ସରଳା ଦୋହରୀକରଣ କାର୍ଯ୍ୟର ସମୀକ୍ଷା

ସମ୍ବଲପୁର, ୨୩ ଅଗଷ୍ଟ(ହି.ସ.) – ସମ୍ବଲପୁର ଡିଭିଜନ ରେଳ ମଣ୍ଡଳ ମ୍ୟାନେଜର ସୁବାଷ ଚନ୍ଦ୍ର ଚୌଧୁରୀ ସମ୍ବଲପୁର ସିଟି ରେଳ ଷ୍ଟେସନ ଏବଂ ସମ୍ବଲପୁର ସିଟି- ସରଳା ଦୋହରୀକରଣ କାର୍ଯ୍ୟକୁ ନିରୀକ୍ଷଣ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲୁଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ସେ ଯାତ୍ରୀ ସୁବିଧାର ସ୍ଥିତି ମୂଲ୍ୟାଙ୍କନ କଲେ ଏବଂ ଷ୍ଟେସନରେ ସ୍ଥାୟୀ ସମ୍ପତି, କାର୍ଯ୍ୟକ୍ଷମ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସୁବିଧା ଯାଂଚ କରିଥିଲେ। ଶ୍ରୀ ଚୌଧୁରୀ ରେଳ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା କରି ଏବଂ ସେମାନଙ୍କର କାର୍ଯ୍ୟ ପରିସ୍ଥିତି ସମୀକ୍ଷା କରିଥିଲେ।

ଡିଆରଏମ ସମସ୍ତ ଚାଲୁଥିବା ବିକାଶମୂଳକ ଏବଂ ଭିତିଭୂମି କାର୍ଯ୍ୟଗୁଡ଼ିକୁ ସମୟ ସୀମାରେ ସମାପ୍ତ କରିବା ସହିତ ଗୁଣବତା ଏବଂ ସୁରକ୍ଷା ମାନଦଣ୍ଡର ପାଳନ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande