ଚିନି ଦର ବୃଦ୍ଧି : କିଲୋପିଛା ୭୦ ଟଙ୍କା, ଖାଉଟି ଅସନ୍ତୁଷ୍ଟ
ନୂଆପଡ଼ା, ୨୩ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲାର ବିଭିନ୍ନ ସହରରେ ଚିନି ଦର ବୃଦ୍ଧି ପାଇ କିଲୋପିଛା ପ୍ରାୟ ୭୦ ଟଙ୍କାରେ ପହଞ୍ଚିଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୈନନ୍ଦିନ ରୋଷେଇ ଠାରୁ ଆରମ୍ଭ କରି ମିଠା, ଚା’ ଓ ବିଭିନ୍ନ ଖାଦ୍ୟପଦାର୍ଥରେ ଚିନିର ବ୍ୟବହାର ହେଉଥିବାରୁ ଏହି ଦର
Chini dara bruddhi abhijog


ନୂଆପଡ଼ା, ୨୩ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲାର ବିଭିନ୍ନ ସହରରେ ଚିନି ଦର ବୃଦ୍ଧି ପାଇ କିଲୋପିଛା ପ୍ରାୟ ୭୦ ଟଙ୍କାରେ ପହଞ୍ଚିଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୈନନ୍ଦିନ ରୋଷେଇ ଠାରୁ ଆରମ୍ଭ କରି ମିଠା, ଚା’ ଓ ବିଭିନ୍ନ ଖାଦ୍ୟପଦାର୍ଥରେ ଚିନିର ବ୍ୟବହାର ହେଉଥିବାରୁ ଏହି ଦରବୃଦ୍ଧି ସିଧାସଳଖ ଭାବେ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି। ଚିନି ଦର ବଢ଼ିବା ଯୋଗୁଁ ସହରର ମିଠା ଦୋକାନୀ ମାନେ ଦର ବୃଦ୍ଧି କରି ଦେଇଥିବା ବେଳେ ଚା’ ଦୋକାନୀମାନଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଫଳରେ ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲା ସହ ଖଡ଼ିଆଳ ସହରରେ ଚା’ ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚିନି ସମେତ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବଜାର ଯାଞ୍ଚ କରାଯିବାକୁ ଖାଉଟିମାନେ ଦାବି କରିଛନ୍ତି। ଚିନି ଦର ହଠାତ୍ ବୃଦ୍ଧି ପାଇବାର ପ୍ରକୃତ କାରଣ ଓ ବଜାରରେ ଦର ନିର୍ଦ୍ଧାରଣ ଉପରେ ସମ୍ପୃକ୍ତ ବିଭାଗ ତଦାରଖ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏନେଇ ଯୋଗାଣ ନିରୀକ୍ଷକ ସୌମ୍ୟ ରଞ୍ଜନ ମହାନନ୍ଦଙ୍କୁ ଯୋଗାଯୋଗ କରାଯିବାରୁ ଚିନି ଦର ରୋକ କିମ୍ବା ଚଢଉ ଉପରେ ଆମକୁ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇନାହିଁ ବୋଲି ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande