ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ
କେନ୍ଦ୍ରାପଡ଼ା, ୨୩ ଅଗଷ୍ଟ(ହି.ସ.) – ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ବେଦାନ୍ତ କେଶରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ସ୍ଥାନୀୟ ଗୋପ ସ୍ଥିତ ରାମ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଉପସ୍ଥିତ ସଦସ୍ୟମାନେ ସ୍ୱାମୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍
ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ଦିବସ


କେନ୍ଦ୍ରାପଡ଼ା, ୨୩ ଅଗଷ୍ଟ(ହି.ସ.) – ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ବେଦାନ୍ତ କେଶରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ସ୍ଥାନୀୟ ଗୋପ ସ୍ଥିତ ରାମ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଉପସ୍ଥିତ ସଦସ୍ୟମାନେ ସ୍ୱାମୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବାବା ଗୁରୁକୃଷ୍ଣ ଦାସ ଅତିଥି ଭାବେ ଯୋଗଦେଇ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ତ୍ୟାଗ ଓ ବଳିଦାନ ଯୁଗଯୁଗ ପାଇଁ ହିନ୍ଦୁ ସମାଜକୁ ସ୍ୱଧର୍ମ ସୁରକ୍ଷା ପାଇଁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ରବି ନାରାୟଣ ପତି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ବେଦ ବେଦାନ୍ତର ଜଣେ ବିଦ୍ୱାନ ବୋଲି ଅବିହିତ କରିବା ସହ ତାଙ୍କ ସ୍ମୃତି ରକ୍ଷା ପାଇଁ ହିନ୍ଦୁ ସମାଜ ଏକତ୍ରିତ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତି ରଞ୍ଜନ ନାୟକ, ଅଞ୍ଜନ କୁମାର ଶତପଥୀ, ସୁଶାନ୍ତ ନାୟକ, ବଳରାମ ବେହେରା, ପଙ୍କଜ ସିହ୍ନା, ଜ୍ଞାନରଞ୍ଜନ ଦାସ, ରଶ୍ମିରଞ୍ଜନ ସ୍ୱାଇଁ, ନିରଞ୍ଜନ ମହାରଣା, ଲକ୍ଷ୍ମୀକାନ୍ତ ନାୟକ, ରୀନାରାଣୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଥିଲା। ଶେଷରେ ବିରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande