ମହିଳାଙ୍କୁ ବ୍ୟକ୍ତିଗତ ଭିଡିଓ ଦେଖାଇ ଧମକ, ଜଣେ ଗିରଫ
ଗଞ୍ଜାମ, ୨୩ ଅଗଷ୍ଟ (ହି.ସ.)- ଵ୍ରହ୍ମପୁର ବୈଦ୍ୟନାଥପୁର ଥାନା ମାମଲା ନମ୍ବର ଚାରିଶହ ପଞ୍ଚାଳିଶରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ମାନସ ବେହେରା(୨୯)। ତାଙ୍କ ଘର ଗୋଳନ୍ଥରା ଥାନା ଅନ୍ତର୍ଗତ କେ ସୁବାଣୀ ଗ୍ରାମରେ । ଅଭିଯୋଗକାରିଣୀ ବ୍ରହ୍ମପୁରର ବାସିନ୍ଦା। ଅଭିଯୁକ୍ତ ତାଙ୍କର ପି
ମହିଳାଙ୍କୁ ବ୍ୟକ୍ତିଗତ ଭିଡିଓ ଦେଖାଇ ଧମକ, ଜଣେ ଗିରଫ


ଗଞ୍ଜାମ, ୨୩ ଅଗଷ୍ଟ (ହି.ସ.)- ଵ୍ରହ୍ମପୁର ବୈଦ୍ୟନାଥପୁର ଥାନା ମାମଲା ନମ୍ବର ଚାରିଶହ ପଞ୍ଚାଳିଶରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

ଗିରଫ ଜଣକ ହେଲେ ମାନସ ବେହେରା(୨୯)। ତାଙ୍କ ଘର ଗୋଳନ୍ଥରା ଥାନା ଅନ୍ତର୍ଗତ କେ ସୁବାଣୀ ଗ୍ରାମରେ ।

ଅଭିଯୋଗକାରିଣୀ ବ୍ରହ୍ମପୁରର ବାସିନ୍ଦା। ଅଭିଯୁକ୍ତ ତାଙ୍କର ପିଲାଦିନର ପରିଚିତ। ସେ ତାଙ୍କର ବ୍ୟକ୍ତିଗତ ଭିଡିଓ କଲ ଗୁପ୍ତରେ ରେକର୍ଡ କରିଥିଲା। ଏକୋଇଶ ଅଗଷ୍ଟରେ ସେ ତାଙ୍କ ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳି କରି ନିଜ ମୋବାଇଲରେ ସେହି ଭିଡିଓ ଦେଖାଇ ଭାଇରାଲ କରିବ ବୋଲି ମହିଳାଙ୍କୁ ଧମକ ଦେଇଥିଲା। ଅଭିଯୁକ୍ତ ଓ ଅଭିଯୋଗକାରିଣୀଙ୍କ ମୋବାଇଲ ଓ ଅଭିଯୁକ୍ତର ଗୋଟିଏ ଟାବଲେଟ ଜବତ ହୋଇଛି। ତା' ଫୋନରୁ ଭିଡିଓର ପ୍ରମାଣ ମିଳିଛି। ଏହି ଅଭିଯୁକ୍ତ ପୂର୍ବରୁ ଏହି ମହିଳାଙ୍କୁ ମାଡ଼ ମାରିବା ମାମଲାରେ ନୋଟିସ ପାଇଥିଲେ ମଧ୍ୟ ପୁଣି ଏପରି କାଣ୍ଡ କରିଛି।

ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande