ବିଶ୍ୱ ବନ୍ଧୁତ୍ୱ ରକ୍ତଦାନ ମହାଅଭିଯାନ ଶିବିର
କେନ୍ଦ୍ରାପଡ଼ା, ୨୩ ଅଗଷ୍ଟ(ହି.ସ.) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପୂର୍ବ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ପ୍ରକାଶମଣିଜୀଙ୍କ ୧୯ତମ ପୁଣ୍ୟ ସ୍ମୃତିରେ ବିଶ୍ୱ ବନ୍ଧୁତ୍ୱ ରକ୍ତଦାନ ମହାଅଭିଯାନ'' ଆଳି ସେବାକେନ୍ଦ୍ର ଆନୁକୂଲ୍ୟରେ ଆଦ୍ୟାଶକ୍ତି ଭବନରେ ୨୩ ଅଗଷ୍ଟ ୨୦୨୬ରେ ଅନ
ବିଶ୍ୱ ବନ୍ଧୁତ୍ୱ ରକ୍ତଦାନ ମହାଅଭିଯାନ  ଶିବିର


କେନ୍ଦ୍ରାପଡ଼ା, ୨୩ ଅଗଷ୍ଟ(ହି.ସ.) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପୂର୍ବ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ପ୍ରକାଶମଣିଜୀଙ୍କ ୧୯ତମ ପୁଣ୍ୟ ସ୍ମୃତିରେ ବିଶ୍ୱ ବନ୍ଧୁତ୍ୱ ରକ୍ତଦାନ ମହାଅଭିଯାନ' ଆଳି ସେବାକେନ୍ଦ୍ର ଆନୁକୂଲ୍ୟରେ ଆଦ୍ୟାଶକ୍ତି ଭବନରେ ୨୩ ଅଗଷ୍ଟ ୨୦୨୬ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡକ୍ଟର ଶ୍ରୀ ପ୍ରଣବ କୁମାର ଶୁକ୍ଳା, ଜଗତସିଂହପୁର ସେବାକେନ୍ଦ୍ର ପ୍ରଭାରୀ ବ୍ର.କୁ. ସାଗରିକା, ରାଜନଗର ସେବାକେନ୍ଦ୍ର ସଂଚାଳିକା ବ୍ର.କୁ. ନିର୍ମଳା। ୩୪ଥର ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଥିବା ରାକେଶ କୁମାର ବାରିକ୍ଙ୍କୁ ବ୍ରହ୍ମା କୁମାରୀ ସଂସ୍ଥା ପକ୍ଷରୁ ରକ୍ତବୀର ସମ୍ମାନ ପତ୍ର ଓ ଉତରୀୟ ପ୍ରଦାନ କରାଯାଇଥିଲା। ସମ୍ମାନ ପତ୍ର ପାଠ କରିଥିଲେ ସାମ୍ବାଦିକ ପ୍ରମୋଦ କୁମାର ମଲ୍ଲିକ। ଏହି କାର୍ଯ୍ୟକ୍ରମରେ ଆଳି ପୋଲିସ୍ ଇନ୍ସପେକ୍ଟର ମାନସ ପ୍ରତାପ ସାହୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ଚାଳକ ବିରଂଚି ନାରାୟଣ ମହାପାତ୍ର, ବରିଷ୍ଠ ଆଇନଜୀବୀ ଶରତ କୁମାର ମହାନ୍ତି, ରଞ୍ଜନ କୁମାର ବେହେରା, ଅଶୋକ ବାରିକ, ଧନେଶ୍ୱର ରାଉତ, ଗୋବିନ୍ଦ ନନ୍ଦ, ଅକ୍ଷୟ ପଣ୍ଡା, ସୁଶାନ୍ତ ତରାଇ ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ପ୍ରତ୍ୟେକ ରକ୍ତଦାତାଙ୍କୁ ବୃକ୍ଷ ବଂଟନ ସହ ରାକ୍ଷୀ ବନ୍ଧନ କରିଥିଲେ ବ୍ରହ୍ମାକୁମାରୀ ଭଉଣୀମାନେ। ଆଳି, ରାଜକନିକା ବ୍ଲକର ବିଭିନ୍ନ ସଂଗଠନର ଯୁବାବର୍ଗ ରକ୍ତଦାନ କରିଥିଲେ। ବ୍ର.କୁ. ସଂଯୁକ୍ତାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande