ବିଧବା ମହିଳାଙ୍କୁ ବ୍ଲାକମେଲ, ଜଣେ ଗିରଫ
ଗଞ୍ଜାମ, ୨୩ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ସଦର ପୋଲିସ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ବ୍ଲାକମେଲ ଓ ଧମକ ଅଭିଯୋଗରେ ଗିରଫ କରିଛି। ଗିରିଫ ଜଣକ ହେଲେ ଲକ୍ଷ୍ମୀକାନ୍ତ ସାହୁ ଓରଫ ପିଣ୍ଟୁ, (୩୭) ପିତା ସ୍ୱର୍ଗତ କୋରା ସାହୁ। ତାଙ୍କ ଘର ରାଇଝୋଲରୋଡ, ଅଙ୍କୁଶପୁରରେ। ଅଭିଯୋଗକାରିଣୀ ଜଣେ ଅଣତିରିଶ ବର୍ଷୀୟ
Qwer


ଗଞ୍ଜାମ, ୨୩ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ସଦର ପୋଲିସ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ବ୍ଲାକମେଲ ଓ ଧମକ ଅଭିଯୋଗରେ ଗିରଫ କରିଛି।

ଗିରିଫ ଜଣକ ହେଲେ ଲକ୍ଷ୍ମୀକାନ୍ତ ସାହୁ ଓରଫ ପିଣ୍ଟୁ, (୩୭) ପିତା ସ୍ୱର୍ଗତ କୋରା ସାହୁ। ତାଙ୍କ ଘର ରାଇଝୋଲରୋଡ, ଅଙ୍କୁଶପୁରରେ।

ଅଭିଯୋଗକାରିଣୀ ଜଣେ ଅଣତିରିଶ ବର୍ଷୀୟ ବିଧବା ମହିଳା। ସେ ନିଜ ଛୋଟ ଝିଅକୁ ନିଜ ଦିଅର ଅଭିଯୁକ୍ତ ପାଖରେ ଯତ୍ନ ନେବାକୁ ଦେଇଥିଲେ। ଅଭିଯୁକ୍ତ ଫୋନରେ ତାଙ୍କୁ ବାରମ୍ବାର ଯୋଗାଯୋଗ କରି ଶାରୀରିକ ସମ୍ପର୍କ ପାଇଁ ଦାବି କରୁଥିଲା। ମନା କଲେ ତାଙ୍କର ବ୍ୟକ୍ତିଗତ ଫଟୋ ଅନଲାଇନରେ ଲିକ୍ କରିବ ଓ ଆତ୍ମହତ୍ୟା କରିବ ବୋଲି ଧମକ ଦେଉଥିଲା। ପୀଡିତାଙ୍କ ଲିଖିତ ଅଭିଯୋଗ ଆଧାରରେ ସଦର ଥାନାରେ ମାମଲା ନମ୍ବର ପାଞ୍ଚଶହ ତେୟାଳିଶ ରୁଜୁ ହୋଇଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande