ସମ୍ବଲପୁର, ଅନୁଗୋଳ ଓ କଟକକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ପାଇଁ ନୀତିନ ଗଡକାରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)-ସମ୍ବଲପୁର, ଅନୁଗୋଳ ଓ କଟକକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକାରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ
ସମ୍ବଲପୁର, ଅନୁଗୋଳ     ଓ କଟକକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ପାଇଁ ନୀତିନ ଗଡକାରୀଙ୍କୁ ଚିଠି     ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)-ସମ୍ବଲପୁର, ଅନୁଗୋଳ

ଓ କଟକକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକାରୀଙ୍କୁ ପତ୍ର ଲେଖି ଅନୁରୋଧ

କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି ଯେ,

ଲଗାଣ ବର୍ଷା ଏବଂ ଅତ୍ୟାଧିକ ଗାଡ଼ି ଯାତାୟାତ ଯୋଗୁଁ ରାଜପଥର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ

ସୃଷ୍ଟି ହୋଇଛି, ଯାହାଫଳରେ ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଚଳାଚଳରେ ଗମ୍ଭୀର ସମସ୍ୟା

ଦେଖାଦେଇଛି । ସାଧାରଣ ଜନତାଙ୍କ ସୁରକ୍ଷିତ ଓ ନିରାପଦ ଯାତାୟାତ ପାଇଁ ଆପଣ ତୁରନ୍ତ ପଦକ୍ଷେପ

ଗ୍ରହଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande