
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଆଜି ହେଉଛି
ଜାତୀୟ ମହାକାଶ ଦିବସ । ଏହି ଅବସରରେ ସମସ୍ତଙ୍କୁ ଜାତୀୟ ମହାକାଶ ଦିବସର ଶୁଭେଚ୍ଛା ଜଣାଇଛନ୍ତି
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏନେଇ ସୋସିଆଲ
ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ଜାତୀୟ ମହାକାଶ ଦିବସର
ହାର୍ଦ୍ଦିକ ଶୁଭେଚ୍ଛା! ମହାକାଶ କ୍ଷେତ୍ରରେ ଭାରତର ଗୌରବମୟ ଯାତ୍ରା ଆମ ବୈଜ୍ଞାନିକ ଓ
ଇଞ୍ଜିନିୟରମାନଙ୍କ ଦୂରଦୃଷ୍ଟି, ନବସୃଜନ ଏବଂ ଦୃଢ଼ ସଂକଳ୍ପର ଏକ ଉଜ୍ଜ୍ୱଳ ଉଦାହରଣ। ଆମର ଯୁବପିଢ଼ି
ଆହୁରି ବଡ଼ ସ୍ୱପ୍ନ ଦେଖୁ, ନୂଆ ଦିଗନ୍ତର ଅନ୍ୱେଷଣ କରୁ ଏବଂ ‘ବିକଶିତ ଭାରତ’ ଗଠନର ଯାତ୍ରାରେ
ନିଜର ଅବଦାନ ଦେଉ—ଏହା ହିଁ କାମନା କରୁଛି।
ମୁଖ୍ୟମନ୍ତ୍ରୀ ଏକ୍ସ
ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତର ଅନ୍ୱେଷଣ, ନବସୃଜନ ଏବଂ ବୈଜ୍ଞାନିକ ଉତ୍କର୍ଷର ଅଦମ୍ୟ ଭାବନାକୁ ଗର୍ବର ସହ
ସଲାମ। ଜାତୀୟ ମହାକାଶ ଦିବସ ଅବସରରେ, ଆମେ ଭାରତର ମହାକାଶ କାର୍ଯ୍ୟକ୍ରମର ଗୌରବମୟ ଯାତ୍ରା ଏବଂ ଆଗାମୀ ଅସୀମ ସମ୍ଭାବନାକୁ ପାଳନ
କରୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା