
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଉତ୍କଳ ଭାରତୀ’
କୁନ୍ତଳା କୁମାରୀ ସାବତଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ କବୟିତ୍ରୀ, ସ୍ୱାଧୀନତା
ସଂଗ୍ରାମୀ ତଥା ଔପନ୍ୟାସିକା ‘ଉତ୍କଳ ଭାରତୀ’ କୁନ୍ତଳା କୁମାରୀ ସାବତଙ୍କ ଶ୍ରାଦ୍ଧବାର୍ଷିକୀରେ
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
ସାହିତ୍ୟ, ସମାଜସେବା
ଓ ଦେଶସେବା ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ରାଜ୍ୟପାଳ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା