ଜୟପୁରରେ ଝୁଲଣ ଯାତ୍ରା
ଜୟପୁର, ୨୩ ଅଗଷ୍ଟ(ହି.ସ.) – କୋରାପୁଟ ଜିଲା ଜୟପୁର ସହରରେ ଆଜି ଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ୭ ଦିନ ଧରି ଚାଲିବ। ଜୟପୁର ସହରରେ ଥିବା ବିଭିନ୍ନ ମନ୍ଦିରରେ ଶ୍ରାବଣ ମାସର ଶୁକ୍ଲ ପକ୍ଷ ଦଶମୀ ତିଥି ଠାରୁ ପ୍ରଭୁ କୃଷ୍ଣଙ୍କ ଝୁଲଣ ଯାତ୍ରା ଆରମ୍ବ ହୋଇଛି। ସହରର ବଲ୍ଲଭ ନାରାୟଣ ମନ୍ଦିର
ଜୟପୁର ରେ ଝୁଲଣ ଯାତ୍ରା


ଜୟପୁର, ୨୩ ଅଗଷ୍ଟ(ହି.ସ.) – କୋରାପୁଟ ଜିଲା ଜୟପୁର ସହରରେ ଆଜି ଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ୭ ଦିନ ଧରି ଚାଲିବ। ଜୟପୁର ସହରରେ ଥିବା ବିଭିନ୍ନ ମନ୍ଦିରରେ ଶ୍ରାବଣ ମାସର ଶୁକ୍ଲ ପକ୍ଷ ଦଶମୀ ତିଥି ଠାରୁ ପ୍ରଭୁ କୃଷ୍ଣଙ୍କ ଝୁଲଣ ଯାତ୍ରା ଆରମ୍ବ ହୋଇଛି। ସହରର ବଲ୍ଲଭ ନାରାୟଣ ମନ୍ଦିର,ରାଜା ନହର ରେ ଥିବା ରଘୁନାଥ ମନ୍ଦିର, ଚୈତନ୍ୟ ମନ୍ଦିର, ରସିକ ଶିରୋମଣି ମନ୍ଦିର, ଗୋପୀନାଥ ମନ୍ଦିର, ରାଧା କାନ୍ତ ମନ୍ଦିର, କୁଞ୍ଜ ବିହାରି ମନ୍ଦିର, ଗୀତା ଭବନ ରେ ଏହି ଯାତ୍ରା ଆରମ୍ଭ ହୋଇଛି। ଏହା ଆସନ୍ତା ଭାଦ୍ରବ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରାରେ ପ୍ରଭୁ ରାଧା- କୃଷ୍ଣ ଙ୍କୁ ଝୁଲଣ ବିମାନ ରେ ବସାଯାଇ ଝୁଲାଯାଇଥାଏ। ଏହି ଯାତ୍ରା ସମୟରେ ପ୍ରଭୁ ଙ୍କୁ କେବଳ ଶୁଖିଲା ଭୋଗ ଲାଗି କରାଯାଇ ଥାଏ। ଏହି ଭୋଗ ମଧ୍ୟରେ ମୁଖ୍ୟତଃ ନଡିଆ, କଦଳୀ, ଖଜା, ପିଠା ଇତ୍ୟାଦି ଲାଗି କରାଯାଇଥାଏ। ଏହି ଝୁଲଣ ଯାତ୍ରାରେ ଭକ୍ତଙ୍କ ବିଶ୍ୱାସ ଯେ ରାଧା-କୃଷ୍ଣ ଙ୍କୁ ଝୁଲଣ ବିମାନ ରେ ଝୁଲାଇଲେ ମନରେ ରାଧା-କୃଷ୍ଣଙ୍କ ଭଳି ଭାବ ପ୍ରୀତି ଜାଗିବା ସହ ପାପ କ୍ଷୟ ହୋଇଥାଏ। ଜୟପୁର ବଲ୍ଲଭ ନାରାୟଣ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଝୁଲଣ ଯାତ୍ରାରେ ପ୍ରତ୍ୟେକ ଦିନ ସଂନ୍ଧ୍ୟା ରେ ଆଳତି ହେବା ସହ ମହିଳା ମାନେ ବିଭିନ୍ନ ପ୍ରକାର କୃଷ୍ଣଙ୍କ ଭକ୍ତି ପୁଣ୍ଣ ଗୀତ ଗାଇ ଝୁଲଣ କରୁଥିବାବେଳେ ପୁରୁଷମାନେ ଭଜନ କୀର୍ତନ କରିଥାନ୍ତି। ଏହି ଯାତ୍ରା ୭ଦିନ ଧରି ଚାଲେ ବୋଲି ଜଗନ୍ନାଥଙ୍କ ମୁଖ୍ୟ ସେବାୟତ ଡମ୍ବୁର ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠୀ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande