
ଗଞ୍ଜାମ, ୨୩ ଅଗଷ୍ଟ (ହି.ସ.)- ଗୋପାଳପୁର ଥାନା ମାମଲା ନମ୍ବର ଚାରିଶହ ଚଉରାଅଶିରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ବି ସୋମନାଥ ପାତ୍ର(୩୬), ପିତା ବି ଲଛେୟା ପାତ୍ର। ଘର ଭାବିନାରାୟଣପୁର, ରଙ୍ଗେଇଲୁଣ୍ଡା।
ଏକୋଇଶ ଅଗଷ୍ଟରେ ବ୍ରହ୍ମପୁର ମାନବ ଚାଲାଣ ରୋକ ଦଳ ରଙ୍ଗେଇଲୁଣ୍ଡା ବଜାରର ଏକ ହୋଟେଲରେ ଚଢ଼ଉ କରି ଦୁଇ ନାବାଳକ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ପୋଲିସ ଶିଶୁଙ୍କୁ ନେଇ ଫେରୁଥିବା ବେଳେ ଅଭିଯୁକ୍ତ ପୋଲିସକୁ ଅଟକାଇ, ଗାଳି କରି, ଶିଶୁଙ୍କୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲା ଓ ଧମକ ଦେଇଥିଲା। ଅଭିଯୁକ୍ତ ବ୍ୟକ୍ତି ନାମରେ ପୂର୍ବରୁ ଦୁଇଟି ମାମଲା ଅଛି। ତାକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ