
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଶ୍ରମିକ ନେତା
ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଫଟୋ ସେୟାର କରି ମନ୍ତ୍ରୀ କହିଛନ୍ତି
ଯେ, ଭଦ୍ରକ ବିଷ୍ଣୁପୁରଠାରେ ଶ୍ରମିକ ନେତା ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ
ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଲି। ଶ୍ରମିକ ସଂଗଠନ, ସାମାଜିକ
ନ୍ୟାୟ ଏବଂ ଲୋକସେବା କ୍ଷେତ୍ରରେ ସ୍ୱର୍ଗତ ପଣ୍ଡାଙ୍କ ଅତୁଳନୀୟ ଯୋଗଦାନ ସଦାସର୍ବଦା
ପ୍ରେରଣାଦାୟୀ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା