ଧରଣୀଧରର ବିଶ୍ୱବିଦ୍ୟାଳୟ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଓ ଛାତ୍ର ସଂଘ ନିର୍ବାଚନ ର ତାରିଖ ଘୋଷଣା ନିମନ୍ତେ ଏବିଭିପି ଦାବିପତ୍ର
କେନ୍ଦୁଝର, 24 ଅଗଷ୍ଟ (ହି.ସ.) ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ଜିଲ୍ଲା ପକ୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟରେ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଶ୍ୱବିଦ୍ୟାଳୟ ର କୁଳପତିଙ୍କ ଜରିଆରେ ଛାତ୍ର ସଂସଦ ନିର୍ବାଚନର ତାରିଖ ଶୀଘ୍ର ଘୋଷଣା କରିବା ସହ ବିଶ୍ୱବିଦ୍ୟାଳୟର ବିଭିନ୍ନ
Abvp demand


କେନ୍ଦୁଝର, 24 ଅଗଷ୍ଟ (ହି.ସ.) ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ଜିଲ୍ଲା ପକ୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟରେ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଶ୍ୱବିଦ୍ୟାଳୟ ର କୁଳପତିଙ୍କ ଜରିଆରେ ଛାତ୍ର ସଂସଦ ନିର୍ବାଚନର ତାରିଖ ଶୀଘ୍ର ଘୋଷଣା କରିବା ସହ ବିଶ୍ୱବିଦ୍ୟାଳୟର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର, ନେତୃତ୍ୱ ବିକାଶ ଓ ସୁସ୍ଥ ଶିକ୍ଷା ପରିବେଶ ଗଠନରେ ଛାତ୍ର ସଂସଦ ନିର୍ବାଚନର ଗୁରୁତ୍ୱ ରହିଥିବାରୁ ସରକାରୀ ନିୟମ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ଏବଂ ଆବଶ୍ୟକ ପରିଚାଳନା ସମିତି ଗଠନ କରିବାକୁ ପରିଷଦ ଦାବି କରିଛି।

ଏହା ସହିତ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ କ୍ୟାଣ୍ଟିନ୍ ବ୍ୟବସ୍ଥା, ଅଡିଟୋରିୟମ୍ ନିର୍ମାଣ, ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ଓ ଛାତ୍ରୀନିବାସ, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ, ଇ-ଲାଇବ୍ରେରୀ ଓ ପାଠାଗାରରେ ପର୍ଯ୍ୟାପ୍ତ ପୁସ୍ତକ, ବଏଜ୍ କମନ୍ ରୁମ୍ ଏବଂ ଛାତ୍ରାବାସଗୁଡ଼ିକରେ ଉନ୍ନତ ସୁବିଧା ପ୍ରଦାନ ପାଇଁ ଦାବି କରାଯାଇଛି।

ଛାତ୍ରାବାସ ଓ ଛାତ୍ରୀନିବାସରେ ବାଥରୁମ୍ ଏବଂ ଶୌଚାଳୟର ମରାମତି, ନିରବଚ୍ଛିନ୍ନ ଜଳ ଯୋଗାଣ, ସ୍ୱଚ୍ଛ ଓ ଗୁଣାତ୍ମକ ଖାଦ୍ୟ, ପର୍ଯ୍ୟାପ୍ତ ଆଲୋକୀକରଣ ଓ ପରିଷ୍କାର-ପରିଚ୍ଛନ୍ନତା ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ବିଶ୍ୱବିଦ୍ୟାଳୟର ସମସ୍ତ ଶ୍ରେଣୀକକ୍ଷ, ପ୍ରବେଶ ପଥ ଓ କାର୍ଯ୍ୟାଳୟରେ ସିସିଟିଭି ବ୍ୟବସ୍ଥା, କ୍ଲାସରୁମ୍ର ପରିଷ୍କାର-ପରିଚ୍ଛନ୍ନତା, ପରିସରରେ ଡଷ୍ଟବିନ୍ ବ୍ୟବସ୍ଥା, ଆବଶ୍ୟକ ଅଧ୍ୟାପକ ନିଯୁକ୍ତି, ବିଶ୍ୱବିଦ୍ୟାଳୟର ସମସ୍ତ ବ୍ଲକ୍ରେ ପାନୀୟ ଜଳ ବ୍ୟବସ୍ଥା ଏବଂ ପୁରୁଣା କ୍ଲାସରୁମ୍ ଓ ଛାତ୍ରାବାସର ମରାମତି ଓ ଉନ୍ନତୀକରଣ ପାଇଁ ମଧ୍ୟ ଦାବି ରଖାଯାଇଛି।

ଏଥିସହ ବିଶ୍ୱବିଦ୍ୟାଳୟ ପରିସରରେ ଅଧିକ ଶୌଚାଳୟ ନିର୍ମାଣ, ପୁରୁଣା ଶୌଚାଳୟର ମରାମତି, ଜାତୀୟ ଶିକ୍ଷାନୀତି ଅନୁଯାୟୀ ଆଧୁନିକ ପାଠ୍ୟ ଉପକରଣ ଓ ପ୍ରୟୋଗଶୀଳ ଶିକ୍ଷା ବ୍ୟବସ୍ଥା, ସମସ୍ତ ବ୍ଲକ୍ରେ ପ୍ରାଥମିକ ଚିକିତ୍ସା ସୁବିଧା ଏବଂ ପ୍ରତ୍ୟେକ ଛାତ୍ରୀନିବାସରେ ସାନିଟାରୀ ନ୍ୟାପକିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ କରିବାକୁ ଦାବି କରାଯାଇଛି।

ଏବିଭିପି କେନ୍ଦୁଝର ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧା ସହ ଜଡ଼ିତ ଏହି ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ଶିକ୍ଷା ପରିବେଶ ଅଧିକ ସୁଦୃଢ଼ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହୋଇପାରିବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande