ଏମ୍ ଏମ୍ ଡି ଆଇନ୍ ବିରୋଧରେ ଫୁଲବାଣୀରେ ସର୍ବଦଳୀୟ ବୈଠକ
All Political Parties Meeting in Phulbani
ଫୋଟ


କନ୍ଧମାଳ, ୨୪ ଅଗଷ୍ଟ (ହି.ସ.)- ଓଡିଶାକୁ ସର୍ବସ୍ବାନ୍ତ କରିବାକୁ ଯାଉଥିବା କଳା ଆଇନ ଏମଏମଡ଼ି- ୨୦୨୬ ର ପ୍ରତ୍ୟାହାର ଦାବିରେ ଆଜି ଫୁଲବାଣୀ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସର୍ବଦଳୀୟ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡା, ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ସମାଜବାଦୀ ପାର୍ଟି ରାଜ୍ୟ ଉପସଭାପତି ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହ୍ନର, ଆମ ଆଦମୀ ପାର୍ଟି ଜିଲ୍ଲା ସଂଯୋଜକ ଗିରିଶ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ଉପସଭାପତି ହେମନ୍ତ କୁମାର କର, ରଜତ ମହାନ୍ତି, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ନନ୍ଦ କିଶୋର ଦାଶ, ମୁନିସିପାଲିଟି ସଭାପତି ସୁବଳ ନାୟକ, ଫୁଲବାଣୀ ବ୍ଲକ କଂଗ୍ରେସ ସଭାପତି ରଂଜିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande