ଅଙ୍ଗନବାଡି କର୍ମୀ ଟୁନି ବିଷୋୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
ଗଞ୍ଜାମ, ୨୪ ଅଗଷ୍ଟ (ହି.ସ.)- ଶେରଗଡ ବ୍ଲକ ର ଜନୈକା ଅଙ୍ଗନବାଡି କର୍ମୀ ଟୁନି ଵିଷୋୟୀ ନିଜକୁ ଜଣେ ଅଙ୍ଗନବାଡି କର୍ମୀଙ୍କର ନେତ୍ରୀ ଵୋଲାଇ କାର୍ଯ୍ୟରେ ଅଵହେଳା କରି ଅଧିକାଂଶ ସମୟରେ କେନ୍ଦ୍ର ଛାଡି ହିତାଧିକାରୀଙ୍କୁ ସଠିକ ଖାଦ୍ଯ ଵିତରଣ ନକରି, ଶେରଗଡ ଆଇସି ଡିଏସ ଅଫିସରେ ବସିରହି ବିଭିନ୍ନ ଅଙ୍ଗନବାଡ
ଅଙ୍ଗନବାଡି କର୍ମୀ ଟୁନି ବିଷୋୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି


ଗଞ୍ଜାମ, ୨୪ ଅଗଷ୍ଟ (ହି.ସ.)- ଶେରଗଡ ବ୍ଲକ ର ଜନୈକା ଅଙ୍ଗନବାଡି କର୍ମୀ ଟୁନି ଵିଷୋୟୀ ନିଜକୁ ଜଣେ ଅଙ୍ଗନବାଡି କର୍ମୀଙ୍କର ନେତ୍ରୀ ଵୋଲାଇ କାର୍ଯ୍ୟରେ ଅଵହେଳା କରି ଅଧିକାଂଶ ସମୟରେ କେନ୍ଦ୍ର ଛାଡି ହିତାଧିକାରୀଙ୍କୁ ସଠିକ ଖାଦ୍ଯ ଵିତରଣ ନକରି, ଶେରଗଡ ଆଇସି ଡିଏସ ଅଫିସରେ ବସିରହି ବିଭିନ୍ନ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିରୁଦ୍ଧରେ ଅଫିସ ଅଧିକାରୀ ପରିଦର୍ଶିକା ଓ ଷ୍ଟାପ ଙ୍କ ମଧ୍ୟରେ ଚୁଗୁଲୀ ଓ ବିଭେଦ ସୃଷ୍ଟି କରି ଅପ୍ରୀତିକର ବାତାବରଣ ସୃଷ୍ଟି କରୁଥିବା ଏବଂ କର୍ମୀଙ୍କ ଠାରୁ ବିଭିନ୍ନ ବାଟରେ ପାଉଣା ଆଦାୟ କରୁଥିବା ଅଭିଯୋଗ ହେଉଛି। ଏଣୁ ଗଞ୍ଜାମ ଜିଲ୍ଲାପାଳ ଓଭଞ୍ଜନଗର ଉପଜିଲ୍ଲାପାଳ ଘଟଣା ତଦନ୍ତ କରି ଏଥିରୁ ନିବୃତ ରହିବାକୁ ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ ତାଗିଦ୍ କରିଵାକୁ ସାଧାରଣରେ ଦାବି ହେଉଛି। ଟୁନି ବିଷୋୟୀଙ୍କ କାର୍ଯ୍ୟକଳାପକୁ ନେଇ ଅଙ୍ଗନବାଡି ବ୍ଲକ ନେତ୍ରୀ ରଞ୍ଜିତା ରଥ ଆଜି ସିଡିପିଓଙ୍କ ନିକଟରେ ଦୃଢ ପ୍ରତିବାଦ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande