
ବଲାଙ୍ଗୀର, ୨୪ ଅଗଷ୍ଟ(ହି.ସ.) – ଚଳିତ ମାସ ୨୧ରୁ ୨୩ ଅଗଷ୍ଟ ୨୦୨୬ ତିନିଦିନ ଧରି ଝାରସୁଗୁଡ଼ାର ବେଲପାହାଡ଼ ଠାରେ ୩୨ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲରୁ ପ୍ରାୟ ୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବଲାଙ୍ଗୀର ଜିଲ୍ଲାରୁ ୩ଟି ସ୍ୱର୍ଣ୍ଣପଦକ ସହିତ ମୋଟ ୧୨ଟି ପଦକ ହାସଲ କରିଛନ୍ତି। ଦିୟା ସାଗର ସ୍ୱର୍ଣ୍ଣପଦକ ସହିତ ଶ୍ରେଷ୍ଠ ଖେଳାଳି ଟ୍ରଫି, ସନ୍ଧ୍ୟା ନାଗ ସ୍ୱର୍ଣ୍ଣପଦକ, ଅଭିପ୍ସା ହୋତା ସ୍ୱର୍ଣ୍ଣପଦକ, ସୁହାନି ଗୁରହାଣ୍ଡି ରୌପ୍ୟ ପଦକ, ସୂର୍ଯ୍ୟ ଜେନା ରୌପ୍ୟପଦକ, ଅଂଶୁମାନ ସାହୁ ରୌପ୍ୟପଦକ, ଶୁଭଶ୍ରୀ ବିଶି ରୌପ୍ୟପଦକ, ଜଗନ୍ନାଥ ମେହେର ରୌପ୍ୟପଦକ, ନୟନ ରାୟ କାଂସ୍ୟ, ପ୍ରଚୁର୍ଯ୍ୟା ରାୟ କାଂସ୍ୟପଦକ, ଯଜ୍ଞ ପ୍ରକାଶ ତ୍ରିପାଠି କାଂସ୍ୟପଦକ, ରାହୁଲ ସେଠ କାଂସ୍ୟପଦକ ଆଣି ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ଉଷୁ ସଂଘ ଚେୟାରମେନ ସୁଧାଂଶୁ ଶେଖର ହରିଚନ୍ଦନ ଓ ବଲାଙ୍ଗୀର ଜିଲ୍ଲା ଉଷୁ ସଂଘ ସଭାପତି ତପନ ପାଣିଗ୍ରାହୀ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ବୋଲି ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ