
Bhubaneswar, 24 ଅଗଷ୍ଟ (ହି.ସ.)
ରିହାବିଲିଟେସନ୍ ଆସିଷ୍ଟା ନିୟମରେ ପରିର୍ବନ କରି ଅନେକ ବôତ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଥିବାରୁ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ” ପକ୍ଷରୁ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ ।
ପୂର୍ବ ସରକାରଙ୍କ ସମୟରେ ରିହାବିଲଟେସନ୍ ଆସିଷ୍ଟା ନିୟମ-୧୯୯୦ରେ ପରିର୍ବନ କରି ରିହାବିଲଟେସନ୍ ଆସିଷ୍ଟା ନିୟମ-୨୦୨୦ ମସିହାରେ ନୂତନ ନିୟମ ଲାଗୁ କରିଥିଲେ । ଏହା ଫଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତିରୁ ବôତ ହୋଇଥିଲେ । ପରର୍ବୀ ସମୟରେ ନିୟମରେ କିଛି ପରିର୍ବନ ହୋଇ ୨୦୨୦ ପୂର୍ବର କିଛି ପ୍ରାର୍ଥୀ ନିଯୁକ୍ତି ପାଇଥିଲେ ମଧ୍ୟ ଅଧିକାଂଶ ଯୋଗ୍ୟ ପ୍ରାର୍ଥୀ ଏପର୍ଯ୍ୟନ୍ତ ନିଯୁକ୍ତିରୁ ବôତ ରହିଥିଲେ ।
ଏହି ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବା ପରେ ମନ୍ତ୍ରୀ ନିଜେ ତତ୍ପରତା ପ୍ରକାଶ କରି ନିୟମରେ ଆବଶ୍ୟକ ପରିର୍ବନ କରିଥିବାରୁ ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ତଥା ବିଭିନ୍ନ କର୍ମଚାରୀ ସଂଗଠନ ଓ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଯାଇଛି ।
ଏଥିସହିତ ଯୋଗ୍ୟ ପ୍ରାର୍ଥୀମାନେ ଯେପରି ଗ୍ରୁପ୍ ‘ଡି’ ସହିତ ଗ୍ରୁପ୍ ‘ସି’ ନିଯୁକ୍ତି ହୋଇପାରିବେ ତତ୍ ସହିତ ଯେଉଁମାନେ ବାଦ୍ ପଡ଼ିଛନ୍ତି, ଏଥିରେ ଯୋଗ କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଗଲା । ବିଜ୍ଞପ୍ତି ପ୍ରକାଶ ପରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ନିଦେ୍ର୍ଦଶ ଦେବାକୁ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।
ଏହା ସହିତ ଇଭି ଆଡଭାନ୍ସ, ହେଲଥ୍ କାର୍ଡ, ପୁରୁଣା ପେନ୍ସନ୍ ବ୍ୟବସ୍ଥା, ଛଅ ବର୍ଷ ସର୍ଭିସ୍ରେ ଯୋଗଦାନ ଏବଂ ଏପର୍ଯ୍ୟନ୍ତ ନିୟମିତ ହୋଇନଥିବା କର୍ମଚାରୀମାନଙ୍କର ନିୟମିତକରଣ ଭଳି ବିଭିନ୍ନ ମିଳିତ ଦାବି ସମ୍ପର୍କରେ ମଧ୍ୟ ଆଲୋଚନା କରି ସମାଧାନ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଛି ।
ମନ୍ତ୍ରୀ ଏହି ସମସ୍ତ ବିଷୟରେ ଶୀଘ୍ର କମିଟି ଗଠନ କରି ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି ଧନ୍ୟବାଦ କାର୍ଯ୍ୟକ୍ରମରେ ବିଜୟ ମଲ୍ଲ, ପ୍ରଦୀପ ପ୍ରଧାନ, ଯୁଧିଷ୍ଠିର ସାହୁ, ଶ୍ରୀକାନ୍ତ ପାଢୀ, ଅକ୍ଷୟ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ରାଉତ, ଅମରେଶ ପ୍ରଧାନ, ବିଜୟ ସାହୁ, ପଙ୍କଜ ବାଇ, ଉଦୟ ଖଟୁଆ, ସୁଶାନ୍ତ ସାହୁ ଓ ବିକାଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ସମସ୍ତ କର୍ମଚାରୀଙ୍କ ହିତରେ ଏହି ପଦକ୍ଷେପ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ପୁଣିଥରେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା