ଧରମବନ୍ଧା ବ୍ରିଜ ନିକଟରେ ବାଇକ ଦୁର୍ଘଟଣା, ଜଣେ ମୃତ; ଜଣେ ଗୁରୁତର
ନୂଆପଡ଼ା, ୨୪ ଅଗଷ୍ଟ(ହି.ସ.) – ଗୌଧସ ଜଳପ୍ରପାତ ଦେଖି ଘରକୁ ଫେରୁଥିବାବେଳେ ଧରମବନ୍ଧା ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟା ଗ୍ରାମର ସୁବାଷ ପହଁରିଆ(୨୨)। ସ
Bike accident one death


ନୂଆପଡ଼ା, ୨୪ ଅଗଷ୍ଟ(ହି.ସ.) – ଗୌଧସ ଜଳପ୍ରପାତ ଦେଖି ଘରକୁ ଫେରୁଥିବାବେଳେ ଧରମବନ୍ଧା ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟା ଗ୍ରାମର ସୁବାଷ ପହଁରିଆ(୨୨)। ସେ ଅନ୍ୟ ଜଣେ ସାଥୀଙ୍କ ସହ ବାଇକ୍ରେ ଗୌଧସ ଜଳପ୍ରପାତ ଦେଖି ନିଜ ଘରକୁ ଫେରୁଥିବା ସମୟରେ ଧରମବନ୍ଧା ବ୍ରିଜ ନିକଟରେ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ସୁବାଷଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ।

ଗୁରୁତର ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande