
ଚମ୍ପୁଆ, ୨୪ ଅଗଷ୍ଟ(ହି.ସ.) – ଚମ୍ପୁଆ ସ୍ଥିତ ମୌଲାନାଗୋଡ଼ା ଛକ ନିକଟରୁ ଏକ ଗାଈ ଚୋରୀ ହୋଇଯାଇଥିବା ଅଭିଯୋଗ ହୋଇଛି। ମୌଲାନାଗୋଡ଼ାର ଏମ୍ଡି ନିଜାମୁଦ୍ଦିନଙ୍କର ଏକ ଗାଈ ୩ ଜଣ ଦୁବୃର୍ତ ଏକ ଗାଡ଼ିରେ ଆସି ରାତି ପ୍ରାୟ ୧.୩୦ ମିନିଟ୍ ସମୟରେ ଗାଈକୁ ନେଇଯାଇଥିବା ଅଭିଯୋଗ ହୋଇଛି। ଗାଈଟିର ମୂଲ୍ୟ ୨୦ ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ତେବେ ପୂର୍ବରୁ ମଧ୍ୟ ତଦନୁରୂପ ଗାଈ ଚୋରୀ ଏହି ଅଂଚଳର ଏକ ନିତି ଦିନିଆ ଘଟଣା। ଚମ୍ପୁଆ ବଜାର ଅଂଚଳରୁ ଏବଂ ଗ୍ରାମାଂଚଳରୁ ମଧ୍ୟ ସମୟ ସମୟରେ ଏହି ଲୁଟେରା ଦଳ ବୋଲେରୋ ଏବଂ ସ୍କର୍ପିଓ ଯୋଗେ ଚୋରୀ କରୁଥିବା ନଜିର ରହିଛି। ଏଦିଗରେ ଜିଲା ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଇଛି। ସୂଚନାଯୋଗ୍ୟକି ଚମ୍ପୁଆ ସହରାଂଚଳରେ ରାତ୍ରୀକାଳିନ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ଏକ ରାତ୍ରୀକାଳିନ ପୁଲିସ ଫାଣ୍ଡି ନିର୍ମାଣ କରିବାକୁ ଦାବୀ ହୋଇ ଆସୁଅଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta