ଧାମନଗର ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭବନରେ ରକ୍ତ ଦାନ ଶିବିର
ଭଦ୍ରକ, ୨୪ ଅଗଷ୍ଟ (ହି.ସ.) - ଏହି ଜିଲାର ଧାମନଗର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆତ୍ମଜ୍ୟୋତି ଭବନ ଯୋଗ କେନ୍ଦ୍ର ଠାରେ ସୋମବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଯୋଗକେନ୍ଦ୍ର ର ମୁଖ୍ୟ ପରିଚାଳିକା ବି. କେ. ଅନୁପମା କାର୍ଯ୍ୟକ୍ରମ ସଂମ୍ପର୍କ ରେ ସୁଚନା
DHAMNAGAR PRAJAPITA BLOOD DONATION


ଭଦ୍ରକ, ୨୪ ଅଗଷ୍ଟ (ହି.ସ.) - ଏହି ଜିଲାର ଧାମନଗର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆତ୍ମଜ୍ୟୋତି ଭବନ ଯୋଗ କେନ୍ଦ୍ର ଠାରେ ସୋମବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଯୋଗକେନ୍ଦ୍ର ର ମୁଖ୍ୟ ପରିଚାଳିକା ବି. କେ. ଅନୁପମା କାର୍ଯ୍ୟକ୍ରମ ସଂମ୍ପର୍କ ରେ ସୁଚନା ଦେଇ ଥିଲେ। ଭଦ୍ରକ ଜିଲ୍ଲା ରକ୍ତ ସଂଗ୍ରହ କେନ୍ଦ୍ର ରୁ ଟେକ୍ନିସିଆନ ନୀଳିମା ସ୍ୱାଇଁ, ସହଯୋଗୀ ରବୀନ୍ଦ୍ର ଜେନା, ରତିକାନ୍ତ ବଳ, ବଳରାମ ପୁହାଣ, ଅରୁଣ ପରିଡା, ରକ୍ତ ସଂଗ୍ରହ କରିଥିଲେ । ସ୍ୱେଛାକୃତ ଭାବେ ୨୭ ଜଣ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିର କୁ ବି. କେ. ରତ୍ନାକର, ମହେଶ୍ୱର ସ୍ୱାଇଁ, ସଚିକାନ୍ତ ପଣ୍ଡା,ସୁଦର୍ଶନ, ଅନାମ, ପର୍ଶୁରାମ, ପୂର୍ଣ୍ଣଚନ୍ଦ୍ର ସମେତ ଅନ୍ତେବାସୀ ଭାଇ, ଭଉଣୀ ମାନେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande