ଶିବ ମନ୍ଦିରରେ ପୂଜାର୍ଚ୍ଚନା ସହ ଭକ୍ତଙ୍କୁ ପ୍ରସାଦ ବାଣ୍ଟିଲେ ଦୀପାଳୀ ଦାସ
Ex mla Dipali Das distribue prasad
Ex mla Dipali Das distribue prasad


ଝାରସୁଗୁଡ଼ା, ୨୪ ଅଗଷ୍ଟ (ହି.ସ.)- ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦିକା ଦୀପାଳୀ ଦାସ ଲଇକେରା ବ୍ଲକ ଅନ୍ତର୍ଗତ ସାହସପୁରସ୍ଥିତ ପ୍ରସିଦ୍ଧ ଶିବ ମନ୍ଦିର ପରିଦର୍ଶନ କରିଛନ୍ତି। ସେଠାରେ ସେ ବାବା ଭୋଳାନାଥଙ୍କ ଦର୍ଶନ କରିବା ସହ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିଲେ। ଏହି ପବିତ୍ର ଅବସରରେ ସେ ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ନିଜ ହାତରେ ପ୍ରସାଦ ବଣ୍ଟନ କରିଥିଲେ। ଏହାସହ ଝାରସୁଗୁଡ଼ାବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଦୀପାଳୀ ଦାସଙ୍କ ଏହି ମନ୍ଦିର ଗସ୍ତ ସମୟରେ ବିଜେଡିର ବହୁ ବରିଷ୍ଠ ନେତା, କର୍ମକର୍ତ୍ତା ଓ ସ୍ଥାନୀୟ ଶ୍ରଦ୍ଧାଳୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande