ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର କାର୍ଯ୍ୟକାରିଣୀ ଘୋଷିତ
Executive Committee of Akhil Bharatiya Vidyarthi Parishad Announced
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର କାର୍ଯ୍ୟକାରିଣୀ ଘୋଷିତ


ଝାରସୁଗୁଡ଼ା, ୨୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କିର୍ମିରା ସ୍ଥିତ କମ୍ୟୁନିଟି ହଲ ଠାରେ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନୂତନ ନଗର କାର୍ଯ୍ୟକାରିଣୀ କମିଟି ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୀତାଞ୍ଜଳି ମହାନନ୍ଦ ମୁଖ୍ୟ ଅତିଥି, କିର୍ମିରା ବ୍ଲକ୍ ସଂଯୋଜକ ତରାନା ବେହେରା ବିଶେଷ ଅତିଥି ଏବଂ ଜିଲ୍ଲା ସଂଯୋଜକ ଘନଶ୍ୟାମ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ।

ନୂତନ କମିଟିରେ ଗୀତାଞ୍ଜଳି ମହାନନ୍ଦଙ୍କୁ ନଗର ସଭାପତି, ହୁସେନ ବାରଭାୟାଙ୍କୁ ନଗର ସମ୍ପାଦକ ଏବଂ ସୌମ୍ୟ ରଞ୍ଜନ ପଣ୍ଡା, ଜିତେଶ କୁଅଁର, ରୋହିତ ମୁଣ୍ଡା, ବୁଲୁ ପିଙ୍ଗ୍ ଓ ଡୋଲମଣି ପେରୁଆଙ୍କୁ ସହସମ୍ପାଦକ ଦାୟିତ୍ୱ ଦିଆଯାଇଛି।

ଏହା ସହିତ ସଂଗଠନର ବିଭିନ୍ନ ପ୍ରମୁଖ ବିଭାଗ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି | ଛାତ୍ରସମାଜ ମଧ୍ୟରେ ନେତୃତ୍ୱ ଦକ୍ଷତା, ସାମାଜିକ ଉତ୍ତରଦାୟିତ୍ୱ ଏବଂ ଶିକ୍ଷା, ସେବା ଓ କ୍ରୀଡ଼ା କ୍ଷେତ୍ରରେ ସକ୍ରିୟ ଭାଗିଦାରୀ ବୃଦ୍ଧି କରିବା ଏହି କମିଟି ଗଠନର ମୁଖ୍ୟ ଲକ୍ଷ୍ୟ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande