ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂସଦର ସାଧାରଣ ବୈଠକ ଅନୁଷ୍ଠିତ
ବଲାଙ୍ଗୀର, ୨୪ ଅଗଷ୍ଟ(ହି.ସ.) – ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂସଦର ସାଧାରଣ ବୈଠକ ହିଆଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ବ୍ଲକ ସମ୍ପାଦକ ଶୁଭେନ୍ଦୁ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହିଆଲ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଂଚି ନାରାୟଣ ଦାଶ, ଯୁଧିଷ୍
ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂସଦର ସାଧାରଣ ବୈଠକ ଅନୁଷ୍ଠିତ


ବଲାଙ୍ଗୀର, ୨୪ ଅଗଷ୍ଟ(ହି.ସ.) – ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂସଦର ସାଧାରଣ ବୈଠକ ହିଆଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ବ୍ଲକ ସମ୍ପାଦକ ଶୁଭେନ୍ଦୁ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହିଆଲ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଂଚି ନାରାୟଣ ଦାଶ, ଯୁଧିଷ୍ଠିର ଭରାସଗ୍ରିଆ, ପ୍ରଧାନ ଶିକ୍ଷକ, ହିଆଲ ଉଚ୍ଚ ବିଦ୍ୟାଳୟ, ରାଜେନ୍ଦ୍ର ଦୋରା, ପ୍ରଧାନ ଶିକ୍ଷକ, ରାମୋଡ ଉଚ୍ଚ ବିଦ୍ୟାଳୟ ଅତିଥି ଭାବରେ ଯୋଗ ଦେଇଥିଲେ। ମା’ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା ପରେ ଅତିଥିମାନଙ୍କୁ ପୁଷ୍ପମାଲ୍ୟ, ବେଚ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ବୈଠକରେ ହିଆଲ ବିଦ୍ୟାଳୟକୁ ଜୋନାଲ ଦୁଇର କାର୍ଯ୍ୟାଳୟ ଘୋଷଣା କରାଯାଇଥିଲା। ତା’ପରେ ଜୋନାଲ ସ୍ତରରେ ବିଭିନ୍ନ ପ୍ରକାରର କ୍ରୀଡ଼ା କରିବା ପାଇଁ ଏକ ଜୋନାଲ ସ୍ତରୀୟ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା। କମିଟିରେ ଯୁଧିଷ୍ଠିର ଭରାସଗ୍ରିଆ, ସଭାପତି, ଆନନ୍ଦ ମିର୍ଦ୍ଧା, ସମ୍ପାଦକ, ବିରଂଚି ନାରାୟଣ ଦାଶ, ହିଆଲ ସିଆର୍ସିସି, ରାଜେନ୍ଦ୍ର ଦୋରା, ଗୌର ମେହେର, ଉମା ଶଙ୍କର ଖମାରୀ, ଅକ୍ରୁର ବେହେରାଙ୍କୁ କାର୍ଯ୍ୟକାରିଣୀ ସଭ୍ୟ ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଏହି ବୈଠକରେ ୧୯ ଗୋଟି ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ମନୋଜ ମହାପାତ୍ର, ଇପ୍ସିତ ପ୍ରଧାନୀ, ଆଶିଷ କୁମାର ବେହେରା, ଗୌରୀଶଙ୍କର ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ ଓ ଶିକ୍ଷୟିତ୍ରୀ ମମତା ପଣ୍ଡା ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande