
ସୁବର୍ଣ୍ଣପୁର, ୨୪ ଅଗଷ୍ଟ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଜାଗା ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଓ ନିର୍ମାଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ କରିବା ଉପରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋନପୁର ବ୍ଲକ ସଭା ଗୃହ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଏଡିଏମ୍ ଶ୍ରୀ ରାଜେନ୍ଦ୍ର ମାଝୀ, ଏଡିଏମ୍ ଅଞ୍ଜଳିନା ପଧାନ, ସୋନପୁର ଉପ ଜିଲ୍ଲାପାଳ ଡଃ ସୌମ୍ୟରୂପା ରଥ, ବୀର ମହାରାଜ ପୁର ଉପ ଜିଲ୍ଲାପାଳ, ସୋନପୁର ବିଡିଓ ପ୍ରତୀକ କର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ବକୁଳ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିବା ଗୋଦାବରୀଶ ମିଶ୍ର ଜଣେ ଆଦର୍ଶ ଓ ଛାତ୍ରବତ୍ସଳ ଥିଲେ ବୋଲି କହି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଓ ପ୍ରତିଭା ଚିହ୍ନଟ କରିବା ଲକ୍ଷ୍ୟନେଇ ଏ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବା ବିଷୟ ପ୍ରକାଶ କରିଥିଲେ। ଜିଲ୍ଲାରେ ୧୦୯ ଗୋଟି ପଂଚାୟତରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଖୁବ୍ଶୀଘ୍ର ୫ ଏକର ଲେଖାଏଁ ସରକାରୀ ଜମି ଚିହ୍ନଟ କରି ଖୁବ୍ଶୀଘ୍ର ଏହି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିବାକୁ ସଭାରେ ଉପସ୍ଥିତ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ସମସ୍ତ ବିଇଓ, ତହସିଲଦାର, ଅତିରିକ୍ତ ତହସିଲଦାର, ଆର୍ଆଇ ପ୍ରମୁଖ ରାଜସ୍ୱ ଓ ଶିକ୍ଷା ବିଭାଗର ସମସ୍ତ ଅଧିକାରୀ କର୍ମଚାରୀଙ୍କୁ ଜିଲ୍ଲାପାଳ ଡ଼ ସାହୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଜମି ଚିହ୍ନଟ ପ୍ରକ୍ରିୟା ବହୁ ବିଳମ୍ବ ହୋଇଥିବାରୁ ସମସ୍ତ ଅଧିକାରୀଙ୍କ ଉପରେ ଜିଲ୍ଲାପାଳ କ୍ଷୁବ୍ଧ ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ଯେ ଗତ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର ୨୦୪ ଗୋଟି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ