
ଗଂଜାମ, 24 ଅଗଷ୍ଟ (ହି.ସ.)କେ.ନୂଆଗାଁ ପୁଲିସ ଥାନାର ଚାନ୍ଦିପୁର ବଜାର ଥିବା ହୋଟେଲ ଓ ଫାଷ୍ଟଫୁଡ ଦୋକାନ ଉପରେ ପୁଲିସ ଚଢାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ଦୀର୍ଘ ଦିନ ଧରି ଏହି ଅଂଚଳରେ ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ହେଉଥିଲା। ଏହି ଅଂଚଳରେ ଲଗାତର ଚଢାଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ