
ଜୟପୁର, ୨୪ ଅଗଷ୍ଟ (ହି.ସ.) - କୋରାପୁଟ ଜିଲା ଜୟପୁର ରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ରେ ଜୟପୁର ତହସିଲରେ ୧୧ଟି ଘର ଭାଙ୍ଗି ଯାଇଛି । ଜୟପୁର ତହସିଲର ପୁଟ୍ରା ଦେଉଳଗୁଡା, ନୁଆଗୁଡା, ରାଣିଗୁଡା, ଛତରଲା, ଡାଙ୍ଗରା ଗାଁ, ହାଟ କଙ୍ଗା, ଏକମ୍ବା, ଧନପୁର, ଟିଙ୍ଗିରିପୁଟ, ବଡପଡା ରେ ଘର ଭାଙ୍ଗି ଥିବା ରାଜସ୍ୱ ବିଭାଗ ତରଫରୁ ସୁଚନା ଦିଆଯାଇଛି । ସେ ମାନଙ୍କ ପାଖରେ ପ୍ରଶାସନ ପହଂଚି ପଲିଥିନ ପ୍ରଦାନ କରିଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି