ଏମ୍ଏମ୍ଡିଆର ସଂଶୋଧନ ଆଇନ-୨୦୨୬ କୁ ରଦ୍ଦ କରିବା ଦାବିରେ ପଥପ୍ରାନ୍ତ ସଭା
ଭଦ୍ରକ, ୨୪ ଅଗଷ୍ଟ (ହି.ସ.) - ଓଡିଶା ବିରୋଧୀ ଖଣି ଓ ଖଣିଜ ପଦାର୍ଥ ବିକାଶ ନିୟମ ଆଇନ- ୨୦୨୬ କୁ ରଦ୍ଦ କରିବା ଦାବିରେ ଇଣ୍ଡିଆ ମେଂଟର ଅନ୍ତର୍ଭୁକ୍ତ ଜାତୀୟ କଂଗ୍ରେସ, ସିପିଆଇଏମ, ସିପିଆଇ, ସିପିଆଇଏମଏଲ ଲିବରେସନ ପକ୍ଷରୁ ମିଳିତ ଭାବେ ଭଦ୍ରକ ବନ୍ତ ଛକ, ଚରଂପା ଓ ପୁରୁଣାବଜାର ଠାରେ ଅନୁଷ୍ଠିତ ହୋଇଯା
MMDR SONSODHAN AAIN  PATHAPRANTA SABHA


ଭଦ୍ରକ, ୨୪ ଅଗଷ୍ଟ (ହି.ସ.) - ଓଡିଶା ବିରୋଧୀ ଖଣି ଓ ଖଣିଜ ପଦାର୍ଥ ବିକାଶ ନିୟମ ଆଇନ- ୨୦୨୬ କୁ ରଦ୍ଦ କରିବା ଦାବିରେ ଇଣ୍ଡିଆ ମେଂଟର ଅନ୍ତର୍ଭୁକ୍ତ ଜାତୀୟ କଂଗ୍ରେସ, ସିପିଆଇଏମ, ସିପିଆଇ, ସିପିଆଇଏମଏଲ ଲିବରେସନ ପକ୍ଷରୁ ମିଳିତ ଭାବେ ଭଦ୍ରକ ବନ୍ତ ଛକ, ଚରଂପା ଓ ପୁରୁଣାବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାଗୁଡିକରେ ପୂର୍ବତନ ସାଂସଦ ପଂଚାନନ ମଣ୍ଡଳ, କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ମହିଳା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ପଣ୍ଡା, ବରିଷ୍ଠ ସିପିଆଇ(ଏମ) ନେତା ଚନ୍ଦ୍ରଶେଖର ନାୟକ, ଗିରିଧାରୀ ନାଥ, କଂଗ୍ରେସ ନେତା ରାଜେନ୍ଦ୍ର ଜେନା, କଂଗ୍ରେସ ନେତା ପିତବାସ ଜେନା, ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ ପ୍ରମୁଖ ଯୋଗଦେଇ ଓଡିଶା ର ରାଜସ୍ୱ ସ୍ଥିର କରିବାର ସାମ୍ବିଧାନିକ ଅଧିକାର କୁ ମୋଦି ସରକାର ଛଡାଇ ନେବା ପାଇଁ ଯେଉଁ ପଥ ବାଛିଛନ୍ତି ତାକୁ ନିନ୍ଦା କରିବା ସହ ଏମ ଏମ୍ ଡି ଆର ସଂଶୋଧନ ଆଇନ ବାତିଲ କରିବାକୁ ଦାବି କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande