
ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) - ରକ୍ଷାବନ୍ଧନ ଅବସରରେ ଓଡ଼ିଶାର ଗ୍ରାମୀଣ କାରିଗର ଓ ଉତ୍ପାଦକ ଗୋଷ୍ଠୀମାନଙ୍କର ହାତତିଆରି ଉତ୍ପାଦକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାର ଭୁବନେଶ୍ୱରର ପଟିଆଠାରେ ଓରମାସ୍ ପକ୍ଷରୁ ରାକ୍ଷୀ ଷ୍ଟଲ୍ ଉଦ୍ଘାଟିତ ହୋଇଛି। ଓରମାସ୍ ର ଅତିରିକ୍ତ ସିଇଓ ଶ୍ରୀମତୀ ଗୀତାଞ୍ଜଳି ବେହେରା ଏହି ଷ୍ଟଲ୍ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଓରମାସ୍ ର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଏହି ଷ୍ଟଲ୍ ରେ ସବାଇ ଘାସ, କାଇଂଚ, ଧାନ, ଜଗନ୍ନାଥ, ପଟ୍ଟଚିତ୍ର, କଉଡ଼ି ଓ ବାଉଁଶ ଆଦି ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପାରମ୍ପରିକ, ପରିବେଶ ଅନୁକୂଳ ଓ ହାତତିଆରି ରାକ୍ଷୀ ପ୍ରଦର୍ଶିତ ଓ ବିକ୍ରୟ କରାଯାଉଛି।
ଏହି ପଦକ୍ଷେପ ମାଧ୍ୟମରେ ଓରମାସ୍ ଗ୍ରାମୀଣ ମହିଳା, କାରିଗର ଓ ଉତ୍ପାଦକ ଗୋଷ୍ଠୀଙ୍କ ହାତତିଆରି ଉତ୍ପାଦକୁ ବଜାର ସୁଯୋଗ ପ୍ରଦାନ କରିବା ସହ ଓଡ଼ିଶାର ପାରମ୍ପରିକ କଳା ଓ କାରିଗରୀକୁ ପ୍ରୋତ୍ସାହିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା