
ଭଦ୍ରକ, ୨୪ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ପଂଚାୟତ ରାଘୁନାଥପୁର ଗ୍ରାମର ଏକ ପୋଖରୀରୁ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେହି ଗ୍ରାମର କଂଗ୍ରେସ ଦାସ (୬୫)। ସୂଚନାନୁଯାୟୀ, କଂଗ୍ରେସ ରବିବାର ରାତିରେ ଖାଇସାରି ଘରେ ଶୋଇଥିଲେ। ତେବେ ସୋମବାର ସକାଳେ ତାଙ୍କ ମୃତଦେହ ଘର ନିକଟସ୍ଥ ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପାଇ ଦମକଳ ବାହିନୀ ପହଂଚି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲା। ପରେ ଧାମନଗର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର କାରଣ ଜଣାପଡ଼ିନଥିବାବେଳେ ପୁଲିସ ତଦନ୍ତ ଚଳାଇଛି। ଏନେଇ ଆଜି ସୋଧ ରାଜସ୍ୱ ନିରୀକ୍ଷକ ଅଙ୍କିତ ସୋରେନ ପହଂଚି ତହସିଲଦାରଙ୍କୁ ରିପୋର୍ଟ କରିଛନ୍ତି। ତେବେ କଂଗ୍ରେସ୍ ଦାସ ମାନସିକ ରୋଗିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ