
୪୦ ବର୍ଷ ମଧ୍ୟରେ ସର୍ବାଧିକ ବେକାରୀ ବୋଲି କହିଲେ ପ୍ରିୟଙ୍କା
ନୂଆଦିଲ୍ଲୀ, ୨୪ ଅଗଷ୍ଟ(ହି.ସ.) – କଂଗ୍ରେସର ସାଧାରଣ ସମ୍ପାଦକ ତଥା କେରଳର ୱାୟନାଡ଼ର ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନୀତି ଆୟୋଗଙ୍କ ନିଯୁକ୍ତି ରିପୋର୍ଟ ଉପରେ କେନ୍ଦ୍ର ସରକାରଙ୍କୁ ଉତର ମାଗିଛନ୍ତି। ସେ କହିଥିଲେ ଯେ ଦେଶରେ ବେକାରୀ ହାର ଗତ ୪୦ ବର୍ଷ ମଧ୍ୟରେ ସର୍ବାଧିକ ରହିଛି। ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ଏବଂ ହତାଶା ସ୍ପଷ୍ଟ, ଯାହାର ଉଦାହରଣ ନିକଟରେ ହୋଇଥିବା ଛାତ୍ର ଆନ୍ଦୋଳନରେ ଦେଖିବାକୁ ମିଳିଛି। ସରକାର ଏହାର ଉତର ଦେବା ଉଚିତ।
ଏଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ପ୍ରିୟଙ୍କା କହିଛନ୍ତି ଯେ ଉତ୍ପାଦନ କ୍ଷେତ୍ର ଏବଂ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍.ଏସ୍.ଏମ୍.ଇ.) ଉପରେ କୌଣସି ଗୁରୁତ୍ୱ ନାହିଁ। କେତେକ ନୀତି କ୍ଷୁଦ୍ର ବ୍ୟବସାୟୀ ଏବଂ କୃଷି କ୍ଷେତ୍ରକୁ ମଧ୍ୟ କ୍ଷତି ପହଂଚାଉଛି। କଂଗ୍ରେସ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଛି। ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ଗତ ୧୨ ବର୍ଷ ମଧ୍ୟରେ ଶିକ୍ଷା ବ୍ୟବସ୍ଥା ବିଫଳ ହୋଇଛି ଏବଂ ନିଯୁକ୍ତି ସୃଷ୍ଟି ଉପରେ କୌଣସି ଧ୍ୟାନ ଦିଆଯାଇ ନାହିଁ। ସରକାର ଏହାର ଉତର ଦେବା ଉଚିତ।
ଉଲ୍ଲେଖନୀୟ କଥା ହେଉଛି, ବିକଶିତ ଭାରତ ୨୦୪୭ ପାଇଁ କୌଶଳର ପୁନଃ ପରିକଳ୍ପନା' ଶୀର୍ଷକ ନୀତି ଆୟୋଗଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ୧୫ରୁ ୨୯ ବର୍ଷ ବୟସର ଆନୁମାନିକ ୮.୭ କୋଟି ଯୁବକ ଏନ୍.ଇ.ଇ.ଟି.(ଶିକ୍ଷା, ନିଯୁକ୍ତି କିମ୍ବା ତାଲିମରେ ନୁହେଁ) ବର୍ଗରେ ଅଛନ୍ତି, ଅର୍ଥାତ୍ ସେମାନେ ଅଧ୍ୟୟନ କରୁନାହାଁନ୍ତି, ନିଯୁକ୍ତ ନୁହଁନ୍ତି କିମ୍ବା କୌଣସି ତାଲିମ ଗ୍ରହଣ କରୁନାହାଁନ୍ତି। ଏହି ତଥ୍ୟ ୨୦୨୧ ମସିହାରେ କରାଯାଇଥିବା ଜାତୀୟ ନମୁନା ସର୍ବେକ୍ଷଣର ୭୮ତମ ପର୍ଯ୍ୟାୟ ଉପରେ ଆଧାରିତ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି