ପାତାଳଗଙ୍ଗାରେ ଶେଷ ସୋମବାରରେ ଭକ୍ତଙ୍କ ପ୍ରବଳ ଭିଡ଼
ନୂଆପଡ଼ା, ୨୪ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାତାଳଗଙ୍ଗାରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ କଳାହାଣ୍ଡି, ବଲାଙ୍ଗୀର ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବହୁ ଶ୍ରଦ୍ଧାଳୁ ଏଠାରେ ସମାଗମ ହୋଇଥିଲେ। ଭକ୍ତମାନେ ପାତାଳ
Patal ganga re bhakta nka bhid


ନୂଆପଡ଼ା, ୨୪ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାତାଳଗଙ୍ଗାରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ କଳାହାଣ୍ଡି, ବଲାଙ୍ଗୀର ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବହୁ ଶ୍ରଦ୍ଧାଳୁ ଏଠାରେ ସମାଗମ ହୋଇଥିଲେ। ଭକ୍ତମାନେ ପାତାଳଗଙ୍ଗାର ପବିତ୍ର ଜଳ ସଂଗ୍ରହ କରି ମହାପ୍ରଭୁ ଶିବଙ୍କୁ ଜଳାଭିଷେକ କରିଥିଲେ। ଏଥିସହ ଏହି ପବିତ୍ର ଜଳ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଓ ଦେବାଳୟରେ ଜଳାଭିଷେକ କରିବା ପାଇଁ ଶତାଧିକ ଭକ୍ତ ଯାତ୍ରା କରିଥିଲେ। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭୋଗ ଓ ପ୍ରସାଦ ବଂଟନର ବ୍ୟବସ୍ଥା କରାଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ପବିତ୍ର ପାତାଳ ଗଙ୍ଗାରେ ମହାଦେବଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ଜଳାଭିଷେକ କରି ଭକ୍ତମାନେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରାବଣର ଶେଷ ସୋମବାର ପାଳନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande